ଆଗଲପୁର- ଏକ ଅସହାୟ ପରିବାର କୁ ସହାୟତାର ହାତ ବଢ଼ାଇଲା ପାଟଣାଗଡ ମାହେଶ୍ୱରୀ ସ୍ୱେଚ୍ଛାସେବି ସଂଗଠନ | ପାଟଣାଗଡ ବ୍ଲକ ଧାତୁକ ଗ୍ରାମ ପଞ୍ଚାୟତ ଧାତୁକ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀବାଗ ଓ ତାଙ୍କର ଏକ ପୁଅ ଓ ଝିଅ ପରିବାର ର ଯିଏ ଭାର ସମ୍ଭାଳିବା କଥା ଅସହାୟ ବୃଦ୍ଧା ଲକ୍ଷ୍ମୀଙ୍କ ସାନ ପୁଅ ୨୧ ବର୍ଷର ସେ ଜଣେ ଭିନ୍ୟକ୍ଷମ ଆଉ ଏବେ ତାଙ୍କ ପରବାରରେ ମା ଓ ସାନଭାଇଙ୍କୁ ଔଷଧ ଠୁ ଖାଇବା ପିଇବା ପ୍ରାୟତଃ ପରିବାର ରକ୍ଷଣବେକ୍ଷଣ କରିଆସୁଛନ୍ତି | ତାଙ୍କ ଝିଅ ଜୟନ୍ତୀ
ଏହି ପରିବାରରେ ପୁରୁଷ ବଦଳରେ ପରିବାର କୁ ଦାନା ଯୋଗାଉଛି, ଏବଂ ତାଙ୍କ ରହିବାପାଇଁ ପକ୍କା ଘର ଖଣ୍ଡିଏ ମଧ୍ୟ ନାହିଁ | ବର୍ଷାହେଲେ ବର୍ଷାରେ ଭିଜିଭିଜି ମଧ୍ୟ କେତେଦିନ କେତେରାତି କାଟିଛନ୍ତି, ଅବସ୍ୟ ଆଜି ମହେଶ୍ୱରୀ ସ୍ୱେଚ୍ଛାସେବି ସଂଗଠନ ତାଙ୍କ ପରିବାର କୁ ଯାଇ ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ଦେଇଥିଲେ | ଏବଂ ଏହି ପରିବାରର କୁ ଏକ ପକ୍କା ଘର ଖଣ୍ଡିଏ ବ୍ୟବସ୍ତା କରାଇବା ସହ ସାନପୁଅର ଭିନ୍ନକ୍ଷମ ପ୍ରମାଣପତ୍ର କରାଇବା ସହ ପରିବାର କୁ ସରକାରୀ ସୁବିଧା ଯୋଗାଇବାକୁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବ ବଳି ଏହି ଅସହାୟ ପରିବାରକୁ ପାଟଣାଗଡ ମାହେଶ୍ୱରୀ ସଂଗଠନ କଥା ଦେଇଛି | ଏଥିରେ ସଂଗଠନର ସଦସ୍ୟ – ନିରୋଜ ପଟେଲ ” ଉତ୍ତମ ମହାନନ୍ଦ ଅଭିମନ୍ୟୁ ବାଗ ରୋଲିନି ଦାସ ଡୋଳାମଣୀ ରଣା ଗାଁକୁ ଯାଇ ଉକ୍ତ ପରିବାର କୁ ଭେଟିଥିଲେ