ଆଧାର କାର୍ଡ଼ରେ ବୟସ ଷଟଚାଳିଶ ଭୋଟର କାର୍ଡ଼ରେ ପଞ୍ଚାବନ, ତେଣୁକରି ମିଥିଲାଙ୍କୁ ମିଳୁନି ସରକାରୀ ସହାୟତା

କଣ୍ଟାବାଞ୍ଜି- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବୁରୋମାଲ ଗ୍ରାମପଞ୍ଚାୟତର କୁକୁଡ଼ାହାଡ଼ ଗାଁ  ଫାଟକପଡ଼ାର ମିଥିଲା ପୁଟେଲ ଓ ସ୍ୱାମୀ ଡମବୁଢ଼ା ପୁଟେଲଙ୍କ କରୁଣା କାହାଣୀ, ଏମାନେ ଏତେ ନିର୍ଦୟ ଯେ ଖବର ପ୍ରକାଶ ପରେ ମଧ୍ୟ କେହି କିଛି ପଚାରି ବୁଝି ବି ନାହାନ୍ତି, ଭୋଟର କାର୍ଡ଼ରେ ବୟସ ଅଲଗା ଓ ଆଧାର କାର୍ଡ଼ରେ ଅଲଗା ବୟସ ରହିଥିବା କାରଣରୁ ବୃଦ୍ଧ ଦମ୍ଫତ୍ତି ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି, ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଏହାର ଦାଈ କିଏ.. ? କାହିଁକି ଏହାର ସମାଧାନ ଆଜି ଯାଏ କରାଯାଇ ନହିଁ.. ? ଯାହାଫଳରେ ବୃଦ୍ଧ ଦମ୍ପତ୍ତି ମୌଳିକ ଅଧିକାରରୁ ବଞ୍ଚିତ ହେବାକୁ ପଡୁଛି, ଯଦି ବୟସ ହେଇନି ତାହେଲେ ଭତ୍ତା ଦେଉନାହାନ୍ତି ଠିକ କଥା ତେବେ ଏମାନେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ବା ତାହା ବି ଏମାନେ ଯୋଗ୍ୟ ନୁହଁନ୍ତି.. ? ବା ଲାଞ୍ଚ ଦେଇ ପାରୁ ନାହାଁନ୍ତି ତେଣୁକରି ଏସବୁ ଯୋଜନାରୁ ବାଦ ଦିଆଯାଇଛି.. ?   ନା କାହାର ସ୍ୱାର୍ଥ ରହିଛି ଏମାନଙ୍କୁ ସରକାରୀ ସହଯୋଗ ମିଳିବାରେ ଯଦି ନାହିଁ ତେବେ କାହିଁକି ସରକାରୀ ସୁବିଧାରୁ ବୃଦ୍ଧ ଦମ୍ପତ୍ତି ବାଦ ପଡିଛନ୍ତି.. ? ଏହାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ଯଥା ଶିଘ୍ର ଏହାର ବିଚାର କରି ପ୍ରଧାନମନ୍ତ୍ରୀ ହେଉ କିମ୍ବା ବିଜୁ ପକ୍କା ଘରରେ ସାମିଲ କରି ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି

Leave A Reply

Your email address will not be published.