କେନ୍ଦ୍ରାପଡ଼ା ଆଳି ବ୍ଲକ ଅଞ୍ଚଳରେ ନାବାଳିକାକୁ ଗର୍ଭବତୀ କରାଇଲା ସମ୍ପର୍କୀୟ ଜେଜେ

ଆଳି ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ଖଟିଖିଆ ଓ ଦିନ ମଜୁରିଆ ଲୋକ ଯିଏକି ରାତିପାହିଲେ ପରଘରେ ମୂଳଲାଗି ଯାହା ଆଣେ ତାର ତିନିପ୍ରାଣୀ କୁଟୁମ୍ବ ଦୁଃଖେ କଷ୍ଟେ ଚଳନ୍ତି । ଦୀର୍ଘ ୪ବର୍ଷ ହେବ ମାଆ ଛେଉଣ୍ଡ ଦୁଇଟି ପିଲାକୁ କେମିତି ମଣିଷ କରିବ ବାପା ଆଖିକୁ ନିଦ ନ ଥାଏ । ବାପା ପରଘରକୁ କାମ କରିବାକୁ ଚାଲିଗଲେ ରୋଷଇଠୁ ଆରମ୍ଭ କରି ସବୁକାମ ଝିଅ କରିଥାଏ ।

ନାବାଳିକାକୁ ଗର୍ଭବତୀ କରାଇ ସମ୍ପର୍କୀୟ ଜେଜେ ଫେରାର, ଥାନାରେ ମାମଲା

ପ୍ରତ୍ୟେକ ଦିନ ଝିଅ ଏକୁଟିଆ କାମ କରୁଥିବାର ଦେଖି ସେହି ଗାଁର ୬୪ ବର୍ଷର ବୃଦ୍ଧ ରାଜୀବ ମଳିକ ପାପ ଦୃଷ୍ଟି ପକାଇ ଝିଅର ନିକଟତମ ହେବା ପାଇଁ ଅନେକ ବାହାନା କରି ଶେଷରେ ସେଫଳ ହୋଇଥିଲା । ନାବାଳିକା ଜଣଙ୍କ ବୃଦ୍ଧ ରାଜୀବର କେଇପଦ ମିଠା କଥା ଓ କିଛି ଅର୍ଥ ଲାଳସାରେ ବଶବର୍ତ୍ତୀ ହୋଇ ବୃଦ୍ଧର ପ୍ରେମ ଜାଲରେ ପଡ଼ିଥିଲା ।

ନାବାଳିକା ଜଣଙ୍କ ଯେତେବେଳେ ଜାଣିବାକୁ ପାଇଲା ତାହାର ଏତେ ବଡ କ୍ଷତି ହେବାକୁ ଯାଉଛି ସେ ରାଜୀବକୁ ଉକ୍ତ କାମକୁ ବିରୋଧ କଲା । ରାଜୀବ ତାକୁ ଭୟ ଦେଖାଇ ତାହା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଝିଅର ଶାରୀରିକ ପରିବର୍ତ୍ତନ ଦେଖି ତାର ଜେଜେ ମାଆ ଓ ସାନ ମାଆ ନାବାଳିକାକୁ ପଚାରିବାରୁ ସବୁ ସତ ସାମ୍ନାକୁ ଆସିଥିଲା । ତା’ପରେ ନାବାଳିକାର ବାପା ଡାକ୍ତରଙ୍କୁ ଦେଖାଇବା ପରେ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନାବାଳିକା ଜଣଙ୍କ ୭ମାସର ଗର୍ଭବତୀ ହୋଇଥିବା ଜଣାପଡି଼ଛି ।ବାପା କୌଣସି ଉପାୟ ନପାଇ ଝିଅକୁ ନେଇ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ନିରୀହ ମାଆ ଛେଉଣ୍ଡ ନାବାଳିକା ଜଣଙ୍କ ଏବେ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଛନ୍ତି । ଏଣେ ବୃଦ୍ଧ ରାଜୀବ ଏ ଖବର ପାଇଁ କେଉଁଠି ଆତ୍ମଗୋପନ କରିଛି । ଏମିତି ଘଟଣା ବୋଧହୁଏ ଆଳି ଥାନା ନୁହେଁ ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ବିରଳ ବୋଲି ଚର୍ଚ୍ଚା ଜୋର ଧରିଛି । ଥାନା ଅଧିକାରୀଙ୍କ ତଦନ୍ତ ଚାଲିଥିବା କଥା କହିଥିବାବେଳେ, କେଶ୍‌ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ ପୋକ୍ସୋ ଆକ୍ଟରେ ଦଫା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିବା ରାଜୀବ ମଲିକ ସମ୍ପର୍କରେ ନାବାଳିକାର ଜେଜେ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.