ଜଟଣୀ- ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ସଂସ୍ଥାନ ( ନାଇଜର) ଭୀମପୁର ଜଟଣୀ କ୍ୟାମ୍ପସରେ ହେବାକୁ ଥିବା ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ର ସମୀକ୍ଷା ବୈଠକ ମାନନିୟା ସାଂସଦ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ସାଂସଦଙ୍କ ସହ ନାଇଜର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା,କୁଳସଚିବ ଡକ୍ଟର ଅଭୟ କୁମାର ନାୟକ ଓ ଡି ଇ ଏନ ଡକ୍ଟର ପ୍ରଣୟ ସ୍ୱାଇଁ ଉପସ୍ଥିତ ଥିଲେ ।ତିନିମାସ ଭିତରେ ହସ୍ପିଟାଲର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାଂସଦ ଘୋଷଣା କରିଛନ୍ତି ।କାର୍ଯ୍ୟ ଆରମ୍ଭ ର ଦେଢ଼ ବର୍ଷ ଭିତରେ କାର୍ଯ୍ୟ ଶେଷ କରାଯିବ । ଏଥିପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ ସେଥି ମଧ୍ୟରୁ ୪୦୦ କୋଟି ଟଙ୍କା ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟ ବହନ କରିବ ଓ ବାକି ୨୫୦ କୋଟି ଟାଟା ମେମୋରିଆଲ ଖର୍ଚ୍ଚ କରିବ ।ହସ୍ପିଟାଲ ପାଇଁ ୧୭ ଏକର ଜମି ନାଇଜର ଦେବ,୧୩ ଏକର ଜାଗା ସ୍କିଲ ଡେଭଲପମେଣ୍ଟ ଦେବା ଓ ବାକି ୫୦ ଏକର ଜାଗା ଓଡ଼ିଶା ସରକାରଙ୍କୁ ଦେବା ପାଇଁ ସାଂସଦ ଅନୁରୋଧ କରିବେ ବୋଲି ଘୋଷଣା କରିଛନ୍ତି ।ଏହି କ୍ୟାମ୍ପସ ଭିତରେ ଧର୍ମଶାଳା,ଗେଷ୍ଟ ହାଉସ,ଷ୍ଟାଫ କ୍ୱାଟର,କ୍ଲାସ ୧ ରୁ କ୍ଲାସ ୧୦ ପର୍ଯ୍ୟନ୍ତ ସ୍କୁଲ କରାଯିବ । ଇଲେକ୍ଟ୍ରି ଓ ପାଣି ବେବସ୍ତା ରାଜ୍ୟ ସରକାର କରିବାସହ ଜାତୀୟ ରାଜପଥ ରୁ ଏକ ସ୍ବତନ୍ତ୍ର ରାସ୍ତା ମଧ୍ୟ କରାଯିବ ।ମେଡିକାଲ ପରିଚାଳନା ପାଇଁ ବର୍ଷକୁ ଖର୍ଚ୍ଚ ହେବାକୁ ଥିବା ୨୦୦ କୋଟି ଟଙ୍କା ନାଇଜର ବହନ କରିବ ।