ରାୟଗଡ- ଦୀର୍ଘ ଦଶ ବର୍ଷ ହେଲା ଅଙ୍ଗନ ବାଡି କେନ୍ଦ୍ର ଭଗ୍ନ ଅବସ୍ଥାରେ ରହିଥିବା ହେତୁ ଭଙ୍ଗାଯାଇ ଏଯାଏ ତିଆରି ନହୋଇ ଥିବାରୁ ପିଲାମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ପିଲାଙ୍କୁ ପ୍ରି ସ୍କୁଲ ପାଇଁ ଜାଗା ନଥିବାରୁ ଗ୍ରାମବାସୀଙ୍କ ପିଣ୍ଡାରେ ବସାଇ ପଢ଼ିବାକୁ ପଡୁଛି ଯଦି ବର୍ଷା ହୁଏ ତାହେଲେ ପିଣ୍ଡାରେ ବସିବା କଷ୍ଟକର ହେଇପଡୁଛି ବୋଲି କେନ୍ଦ୍ରର ଅଙ୍ଗନବାଡି ବସନ୍ତ ଗୌଡ଼ କହିଛନ୍ତି। ଗତ ଦଶ ବର୍ଷ ତଳେ ଏହି କେନ୍ଦ୍ରର ଗୃହ ବ୍ୟବହାର ଉପଯୋଗୀ ନହେଇ ପରିତ୍ୟକ୍ତ ଅବସ୍ଥା ଉପୁଜିଥିଲା। ତେଣୁ ବିଭାଗ ଏହାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ପାଇଁ ଅଟକଳ କରି ଅର୍ଥ ମଞ୍ଜୁର କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତିଆରି ନହେବାରୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏପରିକି ଯଦି ସେହି ଘର ବାଲାର କେହି କୁନିଆ ନଚେତ ତାଙ୍କର ବ୍ୟକ୍ତିଗତ ସମସ୍ୟାରେ ବାହାରକୁ ଗଲେ ଗଛ ମୂଳରେ ବସାଇବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ଆଉ ରୋଷେଇ ଘର ନଥିବାରୁ ଦୀର୍ଘ ଦଶ ବର୍ଷ ହେବ ହେଲ୍ପରଙ୍କ ଘରେ ରୋଷେଇ କରି ପିଲାଙ୍କୁ ପରସିବାକୁ ପଡୁଛି ବୋଲି ହେଲପର କହିଛନ୍ତି। ଏହି କେନ୍ଦ୍ର ୧୯୯୧ ମସିହାରେ ଆରମ୍ଭ ହେଇଥିଲା କିନ୍ତୁ ୯୨ ମସିହାରେ ଘର ନିର୍ମାଣ ହେଇଥିଲା ଏହା ଗ୍ରାମର ପୁରୁଣା କେନ୍ଦ୍ର ମାନଙ୍କ ମଧ୍ୟରେ ଅନ୍ୟତମ। ଏହି କେନ୍ଦ୍ର ଅଧୀନରେ ପ୍ରାୟ ୧୧୦ ଘର ରହିଥିବା ବେଳେ ପ୍ରି ସ୍କୁଲ ପିଲା ସଂଖ୍ୟା ୨୭ ଜଣ ରହିଛନ୍ତି। ଗୃହ ନିର୍ମାଣ ପାଇଁ ସରକାର ଅନୁଦାନ ପ୍ରାୟ ୭ ଲକ୍ଷ ଅଛି କିନ୍ତୁ କାହିଁକି ହେଇ ପାରୁନାହିଁ ତାହା ତଦନ୍ତ ସାପେକ୍ଷ ଅଟେ। ଏନେଇ ସୁପ୍ରଭାଇଜର ଜ୍ୟୋତି ପତ୍ରି ଙ୍କୁ ପଚାରିବାରୁ ସେ କହିଛନ୍ତି କି ଜାଗା ବିବାଦ ଯୋଗୁଁ ହେଇପାରୁନି ବୋଲି କହିଛନ୍ତି। ଲୋକମାନେ ଅଭିଯୋଗ କରିଛନ୍ତି କି ସରକାରୀ ସ୍ତରରେ ଜାଗା ଚିହ୍ନଟ କରି ଶୀଘ୍ର କେନ୍ଦ୍ର ଗୃହ ନିର୍ମାଣ କଲେ କେନ୍ଦ୍ର ସ୍ୱାଭାବିକ ହେବ ବୋଲି ଆଶା ପୋଷଣ କରିଛନ୍ତି