ମୟୂରଭଞ୍ଜ- ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ମୟୂରଭଞ୍ଜ ଶାଖା ତରଫରୁ ସୂଚନା ଅଧୀକାର ଆଇନ-୨୦୦୫ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ,ସଭ୍ୟସଂଗ୍ରହ ଅଭିଯାନ ଶୁଳିଆପଦା ବ୍ଲକର ଶୁଳିଆପଦା ଠାରେ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ମୟୂରଭଞ୍ଜ ଶାଖାର ପୂର୍ବତନ ଆବାହକ ସନ୍ତୋଷ ମହାନ୍ତି,ଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇଥଲା ।ଏହି ବୈଠକ ରେ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ମୟୂରଭଞ୍ଜ ଶାଖାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚକ୍ରଧର ସାହୁ ସଦସ୍ୟ ମହେଶ୍ୱର ମହାନ୍ତି,ମନୋଜପତି, ପ୍ରମୁଖ ଯୋଗ ଦେଇଥିଲେ । ସମ୍ମିଳନୀରେ ଓଡିଶା ସୂଚନା ଅଧୀକାର ଅଭିଯାନ(ଓସା) ମୟୂରଭଞ୍ଜ ଶାଖାର ସଂଗଠନ କୁ ଅଧୀକ ବ୍ୟାପକ ଓ ସମୃଦ୍ଧ କରିବା ପାଇଁ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚକ୍ରଧର ସାହୁ ସଦସ୍ୟ ମହେଶ୍ୱର ମହାନ୍ତି,ମନୋଜପତି ସୁଚନା ଅଧୀକାର ଆଇନ କାହିଁକି ଓ ଏହି ଆଇନକୁ ବ୍ୟବହାର କରି ଦୁର୍ନିତି କୁ କିପରି ଲୋକଲୋଚନକୁ ଅଣା ଯାଇପାରୁଛିି ସେ ବିଷୟରେ ଆଲୋକପାତ କରିଥିଲେ ।ଓଡିଶା ସୂଚନା ଅଧୀକାର ଅଭିଯାନ(ଓସା) ରାଜ୍ୟ ଶାଖା ଓ ମୟୂରଭଞ୍ଜ ଶାଖା ର କିପରି ଆର୍ଥୀକ ଅଭିବୃଦ୍ଧି ହେବ ସେ ଦିଗରେ ସଦସ୍ୟ ମାନେ ନିଜର ମତ ରଖିଥିଲେ । ସନ୍ତୋଷ ମହାନ୍ତି ଉପସ୍ଥିତ ସମସ୍ତବ୍ୟକ୍ତି ବିଶେଷଙ୍କୁ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ରେ ଯୋଗ ଦେବାକୁ ନିବେଦନ କରିଥିଲେ । ଓଡିଶାରେ ବହୁବ୍ୟକ୍ତି ଓ ଅନୁଷ୍ଠାନ ସୂଚନା ଅଧୀକାର ଆଇନ କୁ ବ୍ୟବହାର କରୁଛନ୍ତି ମାତ୍ର ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ,ଏକ ମାତ୍ର ସଂଗଠନ ଯାହା ସୂଚନା ଅଧୀକାର ଆଇନ-୨୦୦୫ କୁ ଅଧୀକରୁ ଅଧୀକ ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଚାଲିଛି । ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ର ସୂଚନା ଅଧୀକାର କର୍ମୀ ମାନେ ସୂଚନା ଅଧୀକାର ଆଇନ-୨୦୦୫ କୁ ବ୍ୟବହାର କର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଓ କାର୍ଯ୍ୟରେ ହେଉଥିବା ସବୁ ଦୁର୍ନ୍ନିତି ଓ. ସରକାରଙ୍କ ବିଭିନ୍ନ ମିଥ୍ୟା ପ୍ରଚାରକୁ ଓଡିଶାର ଜନସାଧାରଣଙ୍କ ନଜରକୁ ଆଣୁଛନ୍ତିି । ଓଡିଶାର ଜନସାଧାରଣଙ୍କୁ ବିଶଦ ଭାବରେ ସରକାରୀ କଳର ଦୁର୍ନ୍ନିତିକୁ ଜଣାଇବା ପାଇଁ ଓ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ନିଜର ଏକ ମୁଖପତ୍ର \”ସୂଚନା ଅଧୀକାର, ଜାନୁଆରୀ -୨୦୨୨ ମାସରୁ ପ୍ରକାଶ କରୁଛି ।ଟ ୫/-ଙ୍କା ମୂଲ୍ୟର ଏହି ପତ୍ରିକାକୁ ସମସ୍ତ କର୍ମୀ ନିଜେ ନେବା ସହିତ ଲୋକଙ୍କୁ ବିକ୍ରୟ କରି ଓସାକୁ ଆର୍ଥୀକ ସହଯୋଗ କରିବାକୁ ଓ ଆସନ୍ତା ସେପ୍ଟେମ୍ବର ୧୭ ଓ ୧୮ ତାରିଖରେ ଓଡିଶା ସୂଚନା ଅଧୀକାର ଅଭିଯାନ (ଓସା) ରାଜ୍ୟ ଶାଖା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସନ୍ତୋଷ ମହାନ୍ତି ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଏହି ସମ୍ମିଳନିରେ, ଶୁଳିଆପଦା ରଜନସାଧାରଣ ଯୋଗ ଦେଇଥିଲେ । ନୂତନ ଭାବେ ବିଜୟଲକ୍ଷ୍ମୀ ପଟନାୟକ, ଦେବୀ ବେଶ୍ରା (ଦୃଷ୍ଟି ବାଧିତ), ରଞ୍ଜିତମୁର୍ମୁ, ଅମିୟ କୁମାର ସି ,କାହ୍ନୁଚରଣ ପାଲବାବୁ, କରବେଶ୍ରା,ଗଣେଶ୍ୱର ମହାନ୍ତ,ଜୟନ୍ତଗିରି ପ୍ରମୁଖ ଓଡିଶା ସୂଚନା ଅଧୀକାର ଅଭିଯାନ(ଓସା) ମୟୂରଭଞ୍ଜ ଶାଖା ର ସଦସ୍ୟତା ଗ୍ରହଣ କରିଥିଲେ ।ସମ୍ମିଳନିରେ ବିଶିକେଶନ ସର୍ଦ୍ଦାର,ମୃତ୍ୟୂଞ୍ଜୟ ସର୍ଦ୍ଦାର,ଳକ୍ଷ୍ମଣ ମୁର୍ମୁ,କାର୍ତିକ ଧନସେନା, ବାବଲୁ ମୁର୍ମୁ,ଆଶୁତୋଶପାତ୍ର,ରବୀନ୍ଦ୍ରନାଥ ମୁର୍ମୁ,ତ୍ରୀବିକ୍ରମ ସର୍ଦ୍ଦାର ଗୁରୁପ୍ରସାଦ ସର୍ଦ୍ଦାର.ପ୍ରମୁଖ ଯୋଗ ଦେଇଥିଲେ ।ସମ୍ମିଳନିକୁ ବିଶିକେଶନ ସର୍ଦ୍ଦାରଓ,ମୃତ୍ୟୂଞ୍ଜୟ ସର୍ଦ୍ଦାର ପରିଚାଳନା କରିଥିଲେ ।ପରିିଶେଷରେ ସମସ୍ତ ନୂତନ ସଦସ୍ୟ ଓ ଜିଲ୍ଲାକର୍ମକର୍ତାମାନେ ଯାଇ ଶୁଳିଆପଦା ଗୋଷ୍ଟି ଉନ୍ନୟନ ଅଧୀକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗୋଷ୍ଟି ଉନ୍ନୟନ ଅଧୀକାରୀଙ୍କ ଅନୁପସ୍ଥିତି ଯୋଗୁ କାର୍ଯ୍ୟାଳୟର ମୂଖ୍ୟକିରାଣୀ ଓ ଯୋଗାଣବିଭାଗ ଅଧୀକାରୀଙ୍କୁ “ସୂଚନା ଅଧୀକାର,ପତ୍ରିକା ପ୍ରଦାନ କରିଥିଲେ ।ସଦସ୍ୟ ମହେଶ୍ୱର ମହାନ୍ତି ଶୁଳିଆପଦା ଗୋଷ୍ଟି ଉନ୍ନୟନ ଅଧୀକାରୀଙ୍କ କାର୍ଯ୍ୟାଳୟକୁ କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଯେ୍ାଜନାରେ ହିତଧିକାରୀଙ୍କ ସମ୍ବନ୍ଧରେ ସୁଚନା ନିମିତ ଦରଖାସ୍ତ ଦାଖଲ କରିଥିଲେ ।