ପୂର୍ବତନ ସରପଞ୍ଚ କୌଣସି ପ୍ରକାର ଏନଓସି ପଞ୍ଚାୟତ ପକ୍ଷରୁ ଦେଇ ନଥିବା ପ୍ରକାଶ କରିଛନ୍ତି 

କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବୁରୋମାଲ ଗ୍ରାମପଞ୍ଚାୟତର କୁକୁଡ଼ାହାଡ଼ ଗାଁ ନିକଟସ୍ଥ ସୁନାରୀପଡ଼ା ପାଖରେ ଥିବା ବନମାଳୀ ପେଲେସର ଗୁରୁମ ଧୀରେ ଧୀରେ ଖୋଲିବାରେ ଲାଗିଛି, କିଛି ଦିନ ତଳେ ଗଣାମଧ୍ୟ ପ୍ରତିନିଧିମାନେ ବନମାଳୀ ପେଲେସର ମାଲିକ ଛଦ୍ମନାମ  ମିଠୁକୁ ଫୋନ ଯୋଗେ ଯୋଗାଯୋଗ କରି ଏନଓସି ଦେଖାଇବାକୁ କହିଥିଲେ, ମିଠୁ ସନ୍ଧ୍ୟାରେ ଦେଖାଇବି କହି ଭୁଆଁ ବୁଲାଉଥିବା କାରଣରୁ ସନ୍ଦେହ ସୃଷ୍ଟି ହୋଇଥିଲା, ତେଣୁକରି ବୁରୋମାଲ ଗ୍ରାମପଞ୍ଚାୟତକୁ ଯୋଗାଯୋଗ କରିବାରୁ ଜଣାପଡିଲା ଯେ କୌଣସି ପ୍ରକାର ନୋ ଅବଜେସନ ପ୍ରମାଣପତ୍ର ଦିଆ ଯାଇ ନଥିବା ପ୍ରକାଶ କରିଛନ୍ତି, ଅନ୍ୟ ପକ୍ଷରେ ପୂର୍ବତନ ସରପଞ୍ଚ ଶ୍ରୀମତୀ କୁଅଁର ମଧ୍ୟ ମନା କରିଦେଇଛନ୍ତି, ପ୍ରଶ୍ନ ଯୋଗ୍ୟ ଯେ ରାଜଧାନୀର ଟକରରେ ନିର୍ମାଣ ହେଇଥିବା ଏହି ବନମାଳୀ ପେଲେସ କାହାର ତତ୍ତ୍ୱାବଧାନରେ ଖାଡା ହେଇଛି ଯାହାକୁ ପଞ୍ଚାୟତର ଅନୁମତି ମିଳି ନାହିଁ..? ବଡ଼ବଡ଼ିଆ ନେତାଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି ଏହି ବେଆଇନ କାର୍ଯ୍ୟରେ ତଥା କିଛି ସରକାରୀ ଅଧିକାରୀଙ୍କ ମଧ୍ୟ ସମ୍ପୃକ୍ତି ଥିବା ବାରି ହେଉଛି, ଅନ୍ୟ ପକ୍ଷରେ ସମ୍ପୃକ୍ତ ପେଲେସକୁ ବିନା ଏନଓସି ଦେଖି ଲୋନ ଦେଇଥିବା ବ୍ୟାଙ୍କକୁ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି, ନା ଅରବିଆଇ ଗାଇଡ଼ ଲାଇନ ବଦଳାଇ ଦେଇଛନ୍ତି ଉପଯୁକ୍ତ କାଗଜପତ୍ର ନ ଦେଖି ବି ଲୋନ ଦେଇ ପାରିବେ ବୋଲି..? ବିଶେଷ ସୂତ୍ରରୁ ପ୍ରକାଶ ଯେ କିଛି ଅସାଧୁ ନେତା ୫ ଲକ୍ଷ ଟଙ୍କା ଉକ୍ତ ପେଲେସର  ମାଲିକ ଠାରୁ ନେଇ ସେମାନେ ତାଙ୍କ ଦାଦାଗିରିଆ ଏନଓସି ଦେଇଥିବା ସୂଚନା ମିଳିଛି, ତଥା ସରକାରୀ ଆଇନ ହିସାବରେ ନିୟମ କାନୁନ ପାଳନ କରି ଏହି ପେଲେସ ଚାଲୁ ନଥିବା ଅଭିଯୋଗ ହେଉଥିବା ବେଳେ ବେଆଇନ ଭାବେ ନିର୍ମାଣ ମଧ୍ୟ ହୋଇଥିବା ଅଭିଯୋଗ ହେଉଛି, ତେଣୁକରି ଏହାର ତଦନ୍ତ କରିବାକୁ ଦାବି ହେଇଛି

Leave A Reply

Your email address will not be published.