ବନ୍ୟା ଦ୍ବାରା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ପାଣି ଓ ମେଡ଼ିସିନ ବଣ୍ଟନ

କୋଣାର୍କ ସେବା ସଂଗଠନ, କୋଣାର୍କ ପକ୍ଷରୁ ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ଵରପୁର ପଞ୍ଚାୟତର  କୋଷଳଦା ଓ ମାଞ୍ଚିଆ ଗାଁ’ର ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା 100ରୁ ଉର୍ଦ୍ଧ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ପାଣି ଓ ମେଡ଼ିସିନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକୁ କୋଣାର୍କ ସେବା ସଂଗଠନର ପ୍ରତିଷ୍ଠାତା କୁନାଲ ପାତ୍ରଙ୍କ ସହ ରଞ୍ଜନ ମୁଦୁଲି,ପବିତ୍ର ନାୟକ, ସୌମ୍ୟ ରଞ୍ଜନ ମହାରଣା, ଶୁଭକାନ୍ତ ବାହିନୀପତି, ବ୍ରଜବନ୍ଧୁ ବିଶ୍ୱାଳ, ସର୍ବେଶ୍ୱର ମହାରଣା, ସୁଶାନ୍ତ ଚୀନର, କାଳନ୍ଦୀ ଲେଙ୍କା, ପ୍ରଦୀପ୍ତ କୁମାର ପ୍ରଧାନ, ଲିପୁ ସ୍ୱାଇଁ,ଅଜିତ ସ୍ୱାଇଁ, ପରିବେଷବିତ୍ ରବିନ୍ଦ୍ରନାଥ ପ୍ରଧାନ, ଓ ଯୁବ ସମାଜସେଵୀ, କୋଣାର୍କ ଏନଏସି 5 ନମ୍ବର ୱାର୍ଡର କାଉନସିଲର ନିହାର ରଞ୍ଜନ ବେଉରା ଯୋଗଦେଇ ବେଶ ପ୍ରଶଂସା କରିଥିଲେ। ଅନ୍ୟମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.