ବର୍ଷ ବର୍ଷ ଧରି ଅଚଳ ପଡିରହିଛି ସୌର ଚାଳିତ ପମ୍ପ ଓ ନଳକୂପ

*ଘର ଘର ପାଇପ ଓ ଟ୍ୟାପ ସଂଯୋଗ ହୋଇଥିଲେ ମଧ୍ୟ ପାଣି ଆସୁନି 

*ପାଣି ପାଇଁ ଦାବି କରି କରି ନୟାନ୍ତ  ପେଣ୍ଠସାହି ବସିନ୍ଧା

କୁହିକା- ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତର ତଳଙ୍ଗି ରାଜସ୍ୱ ଗ୍ରାମ ଅନ୍ତର୍ଗତ ପେଣ୍ଠସାହିରେ ସୌରଚାଳିତ ପମ୍ପ ବିଗତ ବର୍ଷରୁ ଖରାପ ହୋଇପଡିଛି ଓ ନଳକୂପ ମଧ୍ୟ ପାଖାପାଖି ଏକ ବର୍ଷ ହେବ ଖରାପ ହୋଇଥିବାରୁ ଗ୍ରାମବାସୀ ମାନେ ପାଖରେ ଏକ ନାଳ ବହି ଯାଉଥିବା ବେଳେ ସେହି ନାଳ ପାଖରେ ଏକ ଚୁଆ କରି ପାଣି ନେଉଥିବାର ଅଭିଯୋଗ ହୋଇଛି ।ଚୁଆ ପାଣି ହିଁ ବର୍ଷ ସାରା ଭରସା ବୋଲି କହିଛନ୍ତି ଏହି ଗାଁର ପଙ୍କଜିନି ସିଂ ,ଏହି ଗାଁରେ ୭୦ପରିବାର ବସବାସ କରୁଛନ୍ତି ,ଏହି ଗାଁରେ ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ସମସ୍ୟାର ସମାଧାନ ପାଇଁ ସରପଞ୍ଚ ଠାରୁ ଆରମ୍ବ କରି ବ୍ଲକ ପ୍ରଶାସନ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି ହେଉଥିଲେ ମଧ୍ୟ ଜଳକଷ୍ଟ ଦୂର ହେଉନଥିବାର ଅଭିଯୋଗ ହୋଇଛି ,ଚୁଆ ପାଣି ପିଇବା ଯୋଗୁଁ ଗାଁର ଏକାଧିକ ଲୋକ ପେଟରୋଗ ସହିତ ଅନ୍ୟାନ୍ୟ ରୋଗ ବ୍ୟାପୁଥିବାର ଅଭିଯୋଗ କରିଛନ୍ତି ଏହି ଗ୍ରାମର ବର୍ଷା କାଇତୁଆର ।ବର୍ଷାରେ ନାଳ ରାସ୍ତା ନେଳିବସି ଥିବା ବେଳେ ପାଣି ଆଣିବାକୁ ଯିବା ବେଳେ ରାସ୍ତାରେ ପଡି ଗୋଡହାତ ଖଣ୍ଡିଆ ଖବରା ହେଉଥିବାର ମଧ୍ୟ ଅଭିଯୋଗ ହୋଇଛି ।ଏନେଇ ସୁକିନ୍ଦା ବ୍ଲକ ସହାୟକ ଇଞ୍ଜିନିୟର କାର୍ତ୍ତିକ ଦାସଙ୍କ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ନର୍ଟରିଚଏବଲ ଥିବାରୁ ତାଙ୍କର ମତାମତ ସ୍ଥାନ ପାଇ ପାରୁ ନାହିଁ ।

Leave A Reply

Your email address will not be published.