ରାୟଗଡ- ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଗୋଡିବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରଙ୍ଗବାଡ଼ି ସାନ ନାଳରେ ଏକ ଆଡିବନ୍ଧ ଟିଏ ଦୀର୍ଘ ୧୦ ବର୍ଷ ତଳେ ତିଆରି କରିଥିଲା କାଶୀପୁର ପଞ୍ଚାୟତ ସମିତି । ଯାହାକି ଏହି ଅଞ୍ଚଳର ନାରଙ୍ଗବାଡି, ଜରକା, ପଣସଗୁଡା, ଗରଣୀମା ଭଳି ଗ୍ରାମର୧୦୦ ଏକରରୁ ଅଧିକ ଶୁଖିଲା ଚାଷ ଜମି ପାଣି ପାଇ ହସି ଉଠିବ ବୋଲି। କିନ୍ତୁ ତାହା ନିର୍ମାଣ ହେଇ କେନାଲ ନ ଥିବାରୁ ଚାଷ ଜମିକୁ ପାଣି ଆସିପାରିନଥିଲା ମାତ୍ର ଅଳ୍ପ ଜମି ସେଚିତ ହେଉଥିଲା। ଯେତେବେଳେ ସରକାରଙ୍କ କେନାଲ ପାଇଁ ଅର୍ଥ ମଞ୍ଜୁର ହେଲା କେନାଲ ନିର୍ମାଣ ହେଲା ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଗଲା କି ଜମି ପାଣି ପାଇବ ଲୋକେ ଚାଷ କରି ଭଲ ଶସ୍ୟ ଉତ୍ପାଦନ କରି ଚାଲିବେ। କିନ୍ତୁ ତାହା ଆଶା ଆଶାରେ ହିଁ ରହିଗଲା, କାରଣ ସେ ବର୍ଷ ବଡ଼ ବଢି ପାଣି ଆସି ଡ୍ୟାମ ଟି ଭୁଶୁଡି ପଡିଥିଲା ତେଣୁ ପାଣି ନ ଅଟକି ନାଳରେ ଚାଲି ଯାଉଛି। ତେଣୁ ଅଂଚଳର ସରପଞ୍ଚ ଙ୍କ ଜରିଆରେ ଆଇ ଫର୍ଡ଼ କୁ ଏହାର ପୁନଃ ନିର୍ମାଣ କରିବାକୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏହାର ଏକାକିତ ନକଲ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲୁ ଙ୍କ ଦୃଷ୍ଠି ଗୋଚରକୁ ନିଆଯାଇଛି ବୋଲି ସ୍ଥାନୀୟ ଚାଷୀ ଚକ୍ରଧର ବିଶୋଇ, ସେପୁ ମାଝୀ, ଧନ ମାଝୀ, ଅନନ୍ତ ମାଝୀ, ଗୁରୁନାଥ ମାଝୀ ପ୍ରମୁଖ କହିଛନ୍ତି। ଏନେଇ ବିଧାୟକ ଶ୍ରୀ ମୁଦୁଲି ସରକାରଙ୍କ ଦୃଷ୍ଠି ଆକର୍ଷଣ କରାଇ କିପରି ଶୀଘ୍ର କାମ କରାଯିବ ବୋଲି କହିଛନ୍ତି।