ବିଷ ପ୍ରୟୋଗ ଯୋଗୁଁ ନିଷ୍ଫକା ହେଇଯିବ ରାୟଗଡ ଚାଷ ଜମି, ବିଭାଗ ଦୃଷ୍ଠି ଦେବାକୁ ଦାବୀ

ରାୟଗଡ- ଓଡିଶା ଏକ କୃଷି ପ୍ରଧାନ ଦେଶ ଅଟେ। ତନ୍ମଧ୍ୟରୁ ରାୟଗଡ ଜିଲ୍ଲା ଅନ୍ୟତମ ଅଟେ, ଏହି ଜିଲ୍ଲାରେ ଶତକଡା ଅସି ପ୍ରତିଶତ ଜନତା କୃଷି ଉପରେ ନିର୍ଭର କରି ଚଳନ୍ତି। ନିଜେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ସହ ଦେଶ ବାସୀଙ୍କ ପାଇଁ ଉତ୍ପାଦନ କରିଥାନ୍ତି। ଜିଲ୍ଲାର କୃଷି ବିଭାଗ ର ତଥ୍ୟ ଅନୁସାରେ ସର୍ବମୋଟ ଜମି ର ମାତ୍ର ୧୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ର ସୁବିଧା ସୁଯୋଗ ରହିଛି କିନ୍ତୁ ବଳକା ଜମି ଅଣ ଜଳ ସେଚିତ ଜମି ଅଟେ। ଯେଉଁଥିରେ ସ୍ୱଳ୍ପ ଜଳ ଅର୍ଥାତ ବର୍ଷା ଜଳରେ ହେବ ଚାଷ କାନ୍ଦୁଲ, ମାଣ୍ଡିଆ, ବୁଣାଧାନ, କୋସଲା, ଝୁଡୁଙ୍ଗ, ମୁଗ, ବିରି, ମକା, ବାଜରା, ସହ ଅଧିକ ଅର୍ଥ ଆଦାୟ କାରୀ କପା ଚାଷ କରାଯାଏ। କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ଏହିକିଯେ ଜେବେଠୁ କପା ଚାଷ ଏ ଅଂଚଳରେ ହେଲା ସେବେଠାରୁ ଅନ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ କମିବା ସହ ବିଷ ପ୍ରୟୋଗ କରାଯାଉଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷର ସମସ୍ୟା ହେଲା ମୁଁସମୀ ବର୍ଷା ସ୍ୱାଭାବିକ ହେବା ପରେ ସ୍ୱଳ୍ପ ଜଳ ସେଚିତ ଚାଷ ଗୁଡିକ ପ୍ରଭାବିତ ହେବା ପରେ ଅସାଧୁ ବ୍ୟବସାୟୀ ମାନେ ଏହାର ସୁଯୋଗରେ ଜମି ରେ ହଳ ନକରି ଡ୍ରାଇସେଲ ନାମକ ଏକ ବିଷଧର ଘାସ ମରା ଔଷଧ କୁ ପଡ଼ିଆ ଜମିରେ ମାରି କପା ମଞ୍ଜି ଲଗାଇବା ପାଇଁ ପ୍ରବର୍ତ୍ତାଇ ନିରୀହ ଆଦିବାସୀଙ୍କ ମନରେ ଅର୍ଥ ଲୋଭ ଦେଖାଇ ଶୋଷଣ କରୁଥିବାରୁ ଖବର ରହିଛି। ଏପରିକି ପାଞ୍ଚ ଲିଟର ଘାସ ମରା ବିଷ ମିଶ୍ରଣ କୁ  ବାକିରେ ଅର୍ଥାତ କପା ଚାଷ ହେଇ ଆମଦାନୀ ସମୟରେ ପଇସା ଦେବା ପାଇଁ ହେଲେ ୫୫୦୦ ଟଙ୍କା ଯଦି କେହି ନଗଦ ଦିଏ ତାହେଲେ ୩୫୦୦ ଟଙ୍କା ଏହାର ଅର୍ଥ କିପରି ଶୋଷଣ ହେଉଛି ଚାଷୀଙ୍କୁ ତାହା ସହଜରେ ଅନୁମେୟ। ମଞ୍ଜି ସାର କୀଟ ନାଶକ ଘାସ ମରା ଓ ହଳ କରିବାକୁ ଟଙ୍କା ଦେଇ ସୁଦ୍ଧ ନେଇ ଚାଷୀଙ୍କୁ ସର୍ବ ଶାନ୍ତ ହେଉଥିବା ରାମରାଓ ତିଆକା, ବବରାଇ ଟିମକା, ମାନସ ରାଓ ପ୍ରସକା, କମୁକୁ କଞ୍ଜକା ପ୍ରମୁଖ କହିଛନ୍ତି। ଏହି କପା ଚାଷ ଆସିବା ଠାରୁ କୋଳଥ, ଘଣ୍ଟିଆ, ଚାଷ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ, କାନ୍ଦୁଲ, ମାଣ୍ଡିଆ, ସୁଆଁ, ଝୁଡୁଙ୍ଗ, ମକା, ବାଜରା ଭଳି ଖାଦ୍ୟ ଶସ୍ୟର ଅମଳ କମି କମି ଯାଉଛି ଓ ଏହାର ଦର ଆକାଶ ଛୁଆଁ ହେଉଛି। ଏହିଭଳି ଚାଷ ରେ ଧାନ ଅମଳ ନହେବା ଅଂଚଳର ଲୋକ ମାନେ ମୁଖ୍ୟ ଖାଦ୍ୟ ରୂପେ ଖାଇ ଜୀବିକା ନିର୍ବାହ କରିଥାନ୍ତି ବୋଲି ଚାଷୀ ମାନେ କହିଛନ୍ତି। ତେଣୁ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଏଥିପ୍ରତି ସଜାଗ ହେବା ସହ ଅସାଧୁ ବ୍ୟବସାୟୀଙ୍କୁ ଲଗାମ ଲଗାଇ ଅତର୍କିତ ଭାବରେ ଚଢ଼ାଉ କରି ମାଟିକୁ ବିଷାକ୍ତ କରୁଥିବା ଘାସ ମରାକୁ ଜବତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଯଦି ଏପରି ନହୁଏ ତାହେଲେ ପରିବେଶ ସମ୍ପୁର୍ଣ ବିଷଧର ହେବା ସହ ଧରିତି ଆଉ ଗଛ ଉତ୍ପାଦନ କରିବା ବନ୍ଦ କରିଦେବ ଓ ନିଷ୍ଫଳା ହେଇଯିବ ସେତେବେଳକୁ ନେଡି ଗୂଡ଼ କହୁଣିକୁ ବହିଯାଇ ଥିବ ଆତ୍ମହତ୍ୟା ଦିନକୁ ଦିନ ବଢିବ ନଚେତ କର୍କଟ ରୋଗୀ ସଂଖ୍ୟା ବଢି ଚାଲିବ। 

Leave A Reply

Your email address will not be published.