ଭିଜିଲାନ୍ସ ଜାଲରେ ଘଟଗାଁ ବି.ଇ.ଓ

ଘଟଗାଁ -କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା ୧୫୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ ଟିମ୍ | ବାଲେଶ୍ବର ଏସ୍.ପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ *ଡି.ଏସ୍.ପି* ଏସ୍.କେ ସାମନ୍ତରାୟଙ୍କ ନେତ୍ରୁତ୍ବରେ ତିନିଜଣ ଇନିସ୍ପେକ୍ଟରଙ୍କ ସହିତ ମିଳିତ ଚଢାଉ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ବେହେରା ୨୦୧୫ ବ୍ୟାଚ୍ ର ୩୩ ଜଣ ଶିକ୍ଷକଙ୍କ ଏରିଅର୍_ପେ କ୍ଲିଅର ପାଇଁ ୯୦ ହଜାର୍ ଟଙ୍କା ଡିମାଣ୍ଡ କରିଥିବା ବେଳେ ୬୦ ହଜାର୍ ଟଙ୍କା ଡିଲ୍ ହୋଇଥିଲା | ଯାହାଫଳରେ ଆଜି କମଳାକାନ୍ତ ବେହେରାଙ୍କ ହାତରେ ଅଗ୍ରିମ ୧୫ ହଜାର୍ ଟଙ୍କା ଲାଂଚ ଦେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ ଟିମ୍ |  ବର୍ତମାନ ପର୍ଯ୍ୟନ୍ତ ତିନୋଟିସ୍ଥାନରେ ଘଟଗାଁ ବି.ଇ.ଓ କାର୍ଯ୍ୟାଳୟ ସମେତ ନିଜ ବାସଭବନ ଜାଜପୁର୍ ଟାଉନ୍ ଏବଂ ପୈତ୍ରୁକ ଗ୍ରାମ ବିଂଝାରପୁର୍ ଏକକାଳୀନ ଚଢାଉ ଜାରି ରଖିଚି ଭିଜିଲାନ୍ସ ଟିମ୍ |

Leave A Reply

Your email address will not be published.