ଦିର୍ଘ ଦିନ ଧରି ନିଖୋଜ ଥିଲେ ସମ୍ପୃକ୍ତ ବୃଦ୍ଧ, ଦେହ ଖରାପ ଥିବା କାରଣରୁ ଚିକିତ୍ସା ପାଇଁ ଭର୍ତ୍ତିଥିଲେ ଡାକ୍ତରଖାନାରେ
କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ଜଣେ ଅଜଣା ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ଖୋଜି ବାହାର କରି ସଫଳତା ହାସଲ କରିଛି, ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ଜଣେ ଅଜଣା ବୃଦ୍ଧ ବ୍ୟକ୍ତି କଣ୍ଟାବାଞ୍ଜି ସହରରେ ବୁଲାବୁଲି କରୁଥିବା ବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୋଇଥିବା ଅବସ୍ଥାରେ ସମାଜସେବୀ ମାନେ ଦେଖିବାକୁ ପାଇଥିଲେ, ଦେଖିବା ପରେ ଜଣାପଡ଼ିଥିଲା ଯେ ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତି ଜ୍ଵରରେ କମ୍ପୁ ଥିଲେ ତଥା କଥାବାର୍ତ୍ତା କରିବାକୁ ସକ୍ଷମ ନ ଥିଲେ, ତେବେ ସମ୍ପୃକ୍ତ ବୃଦ୍ଧଙ୍କୁ ନେଇ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରେଇ ଦେଇଥିଲେ ଓ କଣ୍ଟାବାଞ୍ଜି ହସ୍ପିଟାଲ ପକ୍ଷରୁ ଦିର୍ଘ ଦିନ ଧରି ସମ୍ପୃକ୍ତ ବୃଦ୍ଧକୁ ଚିକିତ୍ସା କରିଆସୁଥିଲେ, ଇତି ମଧ୍ୟରେ ରବିବାର ଦିନ ଚିକିତ୍ସିତ ଅବସ୍ଥାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଓ କଣ୍ଟାବାଞ୍ଜି ପୁଲିସ ଖବର ପାଇ ସନ୍ଧାନ ଲଗେଇଥିଲା, ଅନ୍ୟ ପକ୍ଷରେ ସ୍ଥାନୀୟ ସମାଜସେବୀ ସଂସ୍ଥା ମାନେ ଶବ ଦାହ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଓ ମଙ୍ଗଳବାର ବିଧିବଦ୍ଧ ଭାବେ ସ୍ଥାନୀୟ ପୁଲିସ ସହ ମିଳିତ ଭାବେ ଅନ୍ତିମ ସଂସ୍କାର କରିବାର ବ୍ୟବସ୍ଥା ରହିଥିଲା, ହେଲେ ଆଜି ପୁଲିସ ସମ୍ପୃକ୍ତ ବୃଦ୍ଧଙ୍କ ପରିଚୟ ପାଇଛି ଖପ୍ରାଖୋଲ ଥାନା ଅଞ୍ଚଳର ତଲେନପାଲି ଗାଁର ନିରଞ୍ଜନ ବେହେରା (୬୪) ବୋଲି ଜଣାପଡିଛି, ମୃତ ନିରଞ୍ଜନଙ୍କ ଦୁଇ ନାତି ଶ୍ରୀକାନ୍ତ ବେହେରା. ଓ ସୀବକାନ୍ତ ବେହେରା. କଣ୍ଟାବାଞ୍ଜି ଆସି ଅଜାଙ୍କ ଶବ ନେଇଥିବା ବେଳେ ମାନସିକ ରୋଗୀ ଥିବା ପ୍ରକାଶ କରିଥିଲେ, ଅନେକ ସମୟରେ ମୃତ ନିରଞ୍ଜନ କାହିଁ ବି ଚାଲି ଯାଉଥିଲେ ଏଇ କିଛି ଦିନ ତଳେ ଘର ଛାଡ଼ି ବାହାରି ଆସି ଆଉ ଫେରି ନଥିଲେ, ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି କରୁଥିବା ବେଳେ କଣ୍ଟାବାଞ୍ଜି ପୁଲିସ ସହାୟତାରେ ଜାଣିବାକୁ ପାଇଲେ ଯେ ସରକାରୀ ଡାକ୍ତରଖାନାରେ ମୃତ ଦେହଟିଏ ରହିଛି ବୋଲି ଆଉ ଆସି ଦେଖିବା ପରେ ସ୍ପଷ୍ଟ ଭାବେ ଜଣାପଡ଼ିଛି ବୋଲି କହିଥିଲେ