ବାରିପଦା-ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସାର ର କୁତ୍ରିମ ଅଭାବ ଦେଖାଦେଇଛି। ସାର ବ୍ଯବସାୟୀ ମାନେ ମନଇଚ୍ଛା ବର୍ଦ୍ଧିତ ମୂଲ୍ୟରେ ଅବାଧରେ ସାର ବିକ୍ରୟ ଚଳାଇଛନ୍ତି। ଚାଷୀମାନେ ବାଧ୍ୟ ହୋଇ ଧାର କରଜ କରି ଚଢାଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ବହୁ ଗରିବ ଚାଷୀମାନେ ପଇସା ଅଭାବରୁ ସାର କିଣି ପାରୁ ନ ଥିବାରୁ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଏଥି ପ୍ରତି ଧ୍ୟାନ ଦେଉ ନ ଥିବାର ଅଭିଯୋଗ ହେଉଛି। ଚଢ଼ା ଦରରେ ମନଇଚ୍ଛା ସାର ବ୍ଯବସାୟୀ ସାର ବିକୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ନିରବଦ୍ରଷ୍ଟା ସାଜିଥିବାରୁ ଚାଷୀ କୂଳ ହତାଶ।
ଏଣୁ ଏହାର ପ୍ରତିକାର ନିହାତି ଜରୁରୀ। ଠିକ୍ ସମୟରେ ଯଦି ଚାଷୀ ମାନଙ୍କୁ ସାର ଯୋଗାଇ ନ ଦିଆଯାଏ, ତେବେ ଫସଲ ଅମଳରେ ଘୋର ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ରହିଛି। କୃଷି ବିଭାଗ କେବଳ ଅଫିସରେ ଵସି ଫାଇଲ୍ ଚାଷ କଲେ କୈାଣସି ସୁଫଳ ମିଳିବ ନାହିଁ।ଏଣୁ ଯୁଦ୍ଧ କାଳୀନ ଭିତ୍ତିରେ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ତର ସହ ସାର ଯୋଗାଣ ଓ ସଠିକ ଦାମରେ ଯେଭଳି ଚାଷୀ ସାର ପାଇ ପାରିବେ ତାର ବ୍ୟବସ୍ଥା କରିବା ସହ କଳାବଜାରୀ କରୁଥିବା ସାର ବ୍ଯବସାୟୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ଦୃଢ ଦାବି ଜଣାଇଛନ୍ତି। ଆଜି ଏହି ସଂକ୍ରାନ୍ତରେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ଶ୍ରୀ ଶାନ୍ତନୁ ପାଲ ମିଡ଼ିଆ ସେଲ ଅଧ୍ୟକ୍ଷ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଛନ୍ତି।