ଇପିଏଫଓ ପେନସନର୍ସ ସଂଘ ର କାର୍ଯ୍ୟକର୍ତା ମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି |ସୂଚାନୁଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳିତ ସଂସ୍ଥା ଓ କଳକାରଖାନାରେ ଚାକିରୀ କରି ଦେଶ ଗଠନରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରି ଅବସରପରେ କେନ୍ଦ୍ରସରକାରଙ୍କ ପରିଚାଳିତ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଋ ମାସିକ ତିନିସହରୁ ତିନି ହାଜର ପର୍ଯ୍ୟନ୍ତ ପେନସନ ପାଉଥିବା ବରିଷ୍ଠ ନାଗରିକ ମାନେ ବହୁତ ଦୁର୍ଦସାରେ କାଳାତିପାତ କରୁଛନ୍ତି |ବାରମ୍ବାର ଦାବି ପରେ ମଧ୍ୟ କେନ୍ଦ୍ରସରକାର କର୍ଣ୍ଣପାତ କରୁନଥିବା କୁ ନେଇ ଆଜି ଭଦ୍ରକ ମୁଖ୍ୟ ଡାକଘର ସମ୍ମୁଖରେ ୩ଦଫା ଦାବିନେଇ ପୋଷ୍ଟ କାର୍ଡ ହାତଲେଖା ଚିଠି ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପେନସନର୍ସ ସଂଘ ପ୍ରେରିତ କରିଛନ୍ତି |ମାସିକ ସର୍ବନିମ୍ନ ପେନସନ 9 ହାଜର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ, ଉଚ୍ଚ ନା୍ୟାଳୟ ଙ୍କ ନିଷ୍ପତ୍ତି ଆଧାରରେ ବର୍ଦ୍ଧିତ ପେନସନ,ସରକାରୀ ଚିକିତ୍ସା ଓ ବୀମା ପାଇଁ ଅନୁରୋଧ କରାଯାଇଛି |କମିଟିର ସଭାପତି କୁଞ୍ଜବିହାରୀ ନାୟକ ଓ ସମ୍ପାଦକ ଅକ୍ଷୟ କୁମାର ମହାପାତ୍ର ଙ୍କ ତତ୍ୱାବଧାନରେ ମିଳିତ ଭାବରେ ଏକ ହୋଇ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା |