ମଞ୍ଜୁ ସର୍ଭିସ୍ ଏବଂ କ୍ୟାର୍  ସିକ୍ୟୁରିଟି ଠିକା ସଂସ୍ଥାକୁ

କଳା ତାଲିକାଭୁକ୍ତ କରିବା ଦାବିରେ ମାସା ଆର୍ମୀ ପକ୍ଷରୁ ଧାରଣା ଓ ବିକ୍ଷୋଭ।

ଠିକା ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ମୟୂରଭଞ୍ଜ ବନ୍ଦର ଚେତାବନୀ ଦେଇଛି ମାସା ଆର୍ମୀ।

ବାରିପଦା- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେକାର ଯୁବକ ଯୁବତୀ ମାନଙ୍କ ସଂଖ୍ୟା। ଚାକିରୀ ନ ଥିବାରୁ ଠକ କମ୍ପାନୀର ଚାକିରୀ ପ୍ରଲୋଭନରେ ପଡି ବେଳେ ବେଳେ ଠକାମିର ଶିକାର ହେଉଛନ୍ତି ଯୁବକ ଯୁବତୀ।ଜିଲ୍ଲାରେ ଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ଚାକିରି ନ ପାଇ ବାହାର ରାଜ୍ୟ କୁ ବାଧ୍ୟ ହୋଇ ଦାଦନ ଖଟିବା କୁ ଯାଉଥିବା ବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲ ରେ ଆଉଟ ସୌର୍ସିଂ ମାଧ୍ୟମରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ନେଇ ସୁପରିଟେଣ୍ଡେଣ୍ଟ ଙ୍କ ଅଫିସ ର କିଛି କର୍ମଚାରି ଙ୍କୁ ଧରି ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଦେଇଥିବା ଅଭିଯୋଗ ଆଣିଛି ମାସା ଆର୍ମି। ଏଣୁ ମଞ୍ଜୁ ସର୍ଭିସ ଠିକା ସଂସ୍ଥା ଓ କେୟାର ସିକ୍ୟୁରିଟି ଠିକା ସଂସ୍ଥା କୁ କଳା ତାଲିକାଭୁକ୍ତ କରିବା ଦାବିରେ ଆଜି ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ପକ୍ଷରୁ ହସପିଟାଲ ସମ୍ମୁଖରେ ଧାରଣା ଏବଂ ବିକ୍ଷବ ପ୍ରଦର୍ଶନ କରାଯାଇଛି। ଏହି ଦୁର୍ନୀତି ନିମନ୍ତେ ଗତ ମାସ ଜୁଲାଇ ୧୮  ତାରିଖ ରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କୁ ଅଭିଯୋଗ କରାଯାଇଥିଲେ ସୁଧା କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଆଜି ଏହାର ପ୍ରତିବାଦ ରେ ଧାରଣା ଏବଂ ବିକ୍ଷବ ପ୍ରଦର୍ଶନ କରାଯାଇଛି।ଧାରଣା ଏବଂ ବିକ୍ଷବ ପ୍ରଦର୍ଶନ ପରେ ହସ୍ପିଟାଲ ସି.ଡି.ଏମ ଙ୍କୁ ସାକ୍ଷାତ କରି ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରା ନ ଗଲେ ଏବଂ ଏହି ଦୁଇ ଦୁର୍ନୀତି ଗ୍ରସ୍ତ ଠିକା ସଂସ୍ଥା ମଞ୍ଜୁ ସର୍ଭିସ୍ ଓ କେୟାର ସିକ୍ୟୁରିଟି ଠିକା ସଂସ୍ଥା କୁ କଳା ତାଲିକା ଭୁକ୍ତ କରା ନ ଗଲେ ଏବଂ ବେଆଇନ ନିଯୁକ୍ତି ପ୍ରଦାନ ରେ ସହଯୋଗ କରିଥିବା ସୁପରିଟେଣ୍ଡେଣ୍ଟ ଅଫିସ ର କର୍ମଚାରି ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆଗାମୀ ଦିନରେ ହଜାର ହଜାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଘେରାଓ କରାଯିବା ସହିତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଧାରଣା ଏବଂ ବିକ୍ଷବ ପ୍ରଦର୍ଶନ ମାସା ଆର୍ମୀ ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି,ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ଓ ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି ଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିବା ବେଳେ ମାସାଆର୍ମୀ ରାଜ୍ୟ ସମ୍ପାଦକ ପଦ୍ମଲୋଚନ ମୁର୍ମୁ,ଜିଲ୍ଲା କାର୍ଯ୍ୟକାରି ସଭାପତି କୁଟିଆ ଟୁଡୁ,ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ,ଖୁଣ୍ଟା ବ୍ଲକ ସଭାପତି ବାଦଲ ମାରାଣ୍ଡି,ରଣଜିତ ଟୁଡୁ,ଝଙ୍ଗଲ ମୁର୍ମୁ,ଟିଙ୍କୁ ମୁର୍ମୁ,ହରି ସିଂ,ଗୋପାଲ ହାଁସଦା,ନବ ମାରାଣ୍ଡି,ରବିନ୍ଦ୍ର ମାରାଣ୍ଡି,ଶଂକର ବାସ୍କେ,ଧର୍ମବୀର ହେମ୍ବ୍ରମ,ଆନୁ କିସ୍କୁ,ସନତ ସରେନ,କ୍ରିଷ୍ଣା ଟୁଡୁ,ମନୋରଞ୍ଜନ ହାଁସଦା ସଞ୍ଜୟ ସରେନ, ଅନାମ,ମିଲନ ମୁର୍ମୁ,ନବୀନ ମୁର୍ମୁ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଥିଲେ।

Leave A Reply

Your email address will not be published.