ଜାଲୋରରେ ଆଦିବାସୀ ଛାତ୍ରକୁ ମାଡମାରି ମୃତ୍ୟୁଘଟଣା କୁ ନେଇ ମାସା ଆର୍ମି ର ଅଭିନବ ପ୍ରତିବାଦ

ବାରିପଦା- ଚାରିଆଡେ ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ହେଲେ ୧୯୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦଳିତ ଆଦିବାସୀ ସମାଜର ପାଣିପିଇବା ପାଇଁ ଆଜି ବି ସଂଘର୍ଷ ଜାରି ରହିଛି । ୧୦୦ ବର୍ଷପରେ ମଧ୍ୟ କିଛି ବଦଳି ନାହିଁ । ଜାଲୋର(ରାଜସ୍ଥାନ)ରେ ଏକ ଘରୋଇ ସ୍କୁଲରେ ୯ ବର୍ଷର ଦଳିତ ଆଦିବାସୀ ଶ୍ରେଣୀର ପିଲାକୁ ସ୍କୁଲ ମୁଖିଆ ମାଡ ମାରିଥିଲା । କାରଣ ସେ ଦଳିତ ସମାଜପାଇଁ  ଏକ ମାଠିଆରୁ ପାଣି ନ ପିଇ ସାଧାରଣ ମାଠିଆରୁ ପାଣି ପିଇଥିଲା। ତେବେ ଡାକ୍ତରଖାନାରେ ଶିଶୁଟିର ମୃତ୍ୟୁ ହୋଇଛି । ଜାତିଭିତ୍ତିକ ଭେଦଭାବ ଭାରତର ମାନବିକ ଅଧିକାର ଉଲ୍ଲଙ୍ଘନ କରୁଅଛି । ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ  କୁଳିଅଣା ବ୍ଲକ ଅନ୍ତର୍ଗତ ଅସନଯୋଡା ନିକଟରେ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସଙ୍ଗେସଙ୍ଗେ ଦୃଢ ନିନ୍ଦା କରାଯାଇଛି । ଦଳିତ ଆଦିବାସୀଙ୍କୁ ସୁରକ୍ଷା ଦେବାପାଇଁ ଏତେ ଆଇନ ଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହେଉଛି । ସମଗ୍ର ଭାରତବର୍ଷରେ ଦଳିତ ଆଦିବାସୀମାନଙ୍କ ପ୍ରତି ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଛି । ଆଦିବାସୀମାନଙ୍କୁ କେଉଁଠି ଜାତିଭିତ୍ତିକ ଆକ୍ଷେପ କରି ମାଡ ମରାଯାଉଛି ତ କେଉଁଠି ଜମିବାଡି ଘରଦ୍ଵାର ରୁ ବେଦଖଲ କରାଯାଉଛି  । ତେଣୁ ଦଳିତ ଆଦିବାସୀମାନଙ୍କ ହକ ଆଉ ଅଧିକାର ପାଇଁ  ଆଗାମୀ ଦିନରେ ମାସା ଆର୍ମିର ଏକ ପ୍ରତିନିଧିଦଳ ରାଇସିନା ଅଭିମୁଖେ ଯାତ୍ରା କରିବ ।

Leave A Reply

Your email address will not be published.