କଲ୍ୟାଣି ପୋଲ କାମ ବେଳେ ସଟର ପ୍ଲେଟ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ରାୟଗଡ- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର କଲ୍ୟାଣି ନଦୀର ସୁରକ୍ଷା କାନ୍ଥ ର ସଟର ପ୍ଲେଟ ବାହାର କରିବା ବେଳେ ଶ୍ରମିକ ଜଣ ଙ୍କର ମୃତ୍ୟୁ ଘଟିଛି।ମୃତ ଶ୍ରମିକଙ୍କ ନାମ ହେଲା କାଶରୀ ମାଝୀ ବୟସ ୫୫ କାଶୀପୁର ବ୍ଳକ ର ମଣିଷ ଗ୍ରାମ ପଞ୍ଚାୟତ  ସିଙ୍ଗାରି ଖଡ଼କା ଗ୍ରାମର ବୋଲି ଜଣାପଡିଛି।ଆଜି ସକାଳେ କଲ୍ୟାଣି ନଦୀ ନିକଟରେ ପୋଲ ଓ ରାସ୍ତାକୁ ସୁରକ୍ଷା ଦେବାକୁ ଥିବା କାନ୍ଥ ନିର୍ମାଣରେ ଲାଗିଥିବା ସଟର ପ୍ଲେଟ ବାହାର କରୁଥିବା ସମୟରେ ଗାର୍ଡୱାଲ ସଟର ପ୍ଲେଟ ତଳେ ଚାପି ହୋଇ ରହିଯାଇଥିବା ଦେଖିବକୁ ମିଳିଛି।ଘଟଣା ସ୍ଥଳରେ ପୋଲିସ ପହଂଚି ଅପମୂର୍ତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବାବେଳ ଅଗ୍ନିସମ ବିଭାର କର୍ମଚାରୀ ମାନେ  ପହଁଚି ଶବ ଟି କୁ ଉଦ୍ଧାର କରିଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି କ୍ଷତିପୂରଣ ଦାବୀ କରି ଥିବା ଜଣାପଡିଛି। ଏହାପରେ ପୋଲିସ ଶବ ବେବଚେଦ କରି ପାରିବାର ବର୍ଗ କୁ ହ୍ୱସ୍ତାନ୍ତର କରିଛି। ସରକାର ଙ୍କ ନିୟମ ଅନୁଯାୟୀ ଶ୍ରମିକ ମାନଙ୍କୁ କାର୍ଯ୍ୟ ରେ ନିୟୋଜୀତ ଥିବା ସମୟ ରେ ସୁରକ୍ଷା ବିଷୟରେ ଧ୍ୟାନ ଦେଇନଥିବା ଅଭିଯୋଗ ହେଉଛି ହେଲିମେଟ୍, ବୁଟୁ, ଗ୍ଲୋବସ, ଠିକା ସଂସ୍ଥା ପକ୍ଷରୁ ଜୋଗାଇଦେବକୁ ନିୟମ ରହିଛି ଠିକା ଦାର ବାବୁ ଜଣ ଙ୍କ ନିୟମ କୁ ଖୁଲମ୍ ଖୋଲା ଭାବେ ଉଲଂଘନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏନେଇ ଠିକାଦାର କେଶବ ଦାସଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ପ୍ରକାଶ ଥାଉକୁ ଅଘଟଣ ଘଟିବା ପରେ ଶ୍ରମିକ ସୁରକ୍ଷା କଥା ପ୍ରଶାସନ ଓ ପୋଲିସକୁ ଦେଖାଯାଉଛି ଏହା ପୂର୍ବରୁ ମାତ୍ର ପଚାଶ ମିଟର ଦୁରତାରେ ପୋଲିସ ଥାନା ଓ ବ୍ଲକ କାର୍ଯ୍ୟାଳୟ ରହି ଥିବା ବେଳେ ଏହା ଉପରେ ଧ୍ୟାନ ନ ଦେବାରୁ ଏଭଳି ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.