ପାଣି ପାଇଁ ହନ୍ତସନ୍ତ ସରେଇବାହାଲ ଗ୍ରାମବାସୀ

ଖପ୍ରାଖୋଲ- ୨୫ ଦିନ ପରେ ମଧ୍ୟ ମରାମତି ହୋଇନି ନଳକୂପ।ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ସରେଇବାହାଲ ଗ୍ରାମବାସୀ।ସୂଚନା ଅନୁସାରେ ଏହି ଗ୍ରାମରେ ୨ ହଜାର ରୁ ୨୫ଶହ ଲୋକ ହେବ ବସବାସ କରୁଛନ୍ତି। ହେଲେ ପିଇବା ପାଣି ପାଇଁ ଏହି ସୋଲାର ଚାଳିତ ନଳକୂପ ଉପରେ ଗ୍ରାମର ସମସ୍ତେ ନିର୍ଭର କରନ୍ତି। ଦିର୍ଘ ୨୫ ଦିନ ହେବ ଏହି ସୋଲାର ଚାଳିତ ନଳକୂପ ଅଚଳ ହୋଇପଡିଥିବାରୁ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଟଙ୍କପାଣି ପଞ୍ଚାୟତ ସରେଇବାହାଲ ଗ୍ରାମରେ।ଏହି ସୌରଚାଳିତ ନଳକୂପ ଅଚଳ କୁ ନେଇ ପଞ୍ଚାୟତ ସରପଞ୍ଚ ତଥା ଖପ୍ରାଖୋଲ କନିଷ୍ଠ ଯନ୍ତ୍ରୀଙ୍କ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ଯାହା ଫଳରେ ଏହି ପାଣି ସମସ୍ୟା ଦୂର ହୋଇ ପାରୁନାହିଁ। ଯଦି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ବ୍ଲକ ଅଫିସ ଆଗରେ ଗ୍ରାମବାସୀ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.