ଧାମନଗର- ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମ ପଞ୍ଚାୟତର ବେଦପୁର ନିକଟରେ ବାଜପେୟୀ କ୍ଳବ ପକ୍ଷରୁ ଗଣେଶ ପୂଜା ମଣ୍ଡପ ନିର୍ମାଣ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଗଣ୍ଡଗୋଳ ରୁପ ନେବା ସହିତ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।ଏପରିକି ବାଡି ଠେଙ୍ଗା ସହିତ ମାରଣାସ୍ତ୍ର ମଧ୍ୟ ଧରି ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ।ଫଳରେ ଉଭୟ ଗୋଷ୍ଠୀର କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ପୃଥକ ପୃଥକ ଭାବରେ ଅଭିଯୋଗ କରାଯାଇଛି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ସୂଚନା ଅନୁଯାୟୀ ଉକ୍ତ କ୍ଲବ ସନ୍ନିକଟ ରେ କେତେକ ଯୁବକ ଗଣେଶ ଠାକୁର ପୂଜା ପାଇଁ ମଣ୍ଡପ ତିଆରି କରୁଥିବା ବେଳେ ଅନ୍ୟ ଯୁବକ ମାନେ ଏହାକୁ ବିରୋଧ କରିଥିଲେ ଏନେଇ ଧାମନଗର ଥାନାରେ ଅଭିଯୋଗ କରାଯାଇଥିଲା ଫଳରେ ଘଟଣା ସ୍ଥଳରେ ଧାମନଗର ତହସିଲଦାର ଓ ଧାମନଗର ପୋଲିସ ପହଞ୍ଚି ଉଭୟଙ୍କ ମଧ୍ୟରେ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଵାକୁ ଚେଷ୍ଟା କରୁଥିବା ବେଳେ ତହସିଲଦାରଙ୍କ ଉପସ୍ଥିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାର ପିଟି ଉଗ୍ର ରୁପ ନେଇଥିଲା।ଫଳରେ ତହସିଲଦାର ବାଧ୍ୟ ହୋଇ ସେହି ସମୟରେ ଘଟଣା ସ୍ଥଳରୁ ପଳାଇ ଆସି ଉକ୍ତ ବିଷୟରେ ଜିଲ୍ଲା ପ୍ରଶାସନ କୁ ଚିଠି ନଂ ୨୮୪୪ରେ ଅବଗତ କରାଇବା ସହିତ ପରିସ୍ଥିତି ନିୟନ୍ତ୍ରଣ କରିବାପାଇଁ ଘଟଣା ସ୍ଥଳରେ ୧୪୪ ଧାରା ଜାରି କରିବାକୁ ଉପ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ। ତେବେ ଏଭଳି ପରିସ୍ଥିତିକୁ ନଜର ରଖି ଉପ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ନାମା ୩୬୧୧ ବଳରେ ଉକ୍ତ ମଣ୍ଡପରେ ୩୦/୮ରୁ୨/୯ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ସେପଟେ କିନ୍ତୁ ଦୁଇ ଗୋଷ୍ଠିର ଲୋକେ ଭିନ୍ନ ଭିନ୍ନ ଜାଗାରେ ଗଣେଶଙ୍କ ମୂର୍ତି ନିର୍ମାଣ କରି ପୂଜା ଅର୍ଚ୍ଚନା କରିଛନ୍ତି। କିନ୍ତୁ ଗୋଟେ ପଟେ ୧୪୪ ଧାରା ଜାରିରହିଥିବା ସ୍ୱତେ ଅନ୍ୟ ପଟେ ଭିନ୍ନ ଭିନ୍ନ ସ୍ଥାନରେ ଲାଉଡ଼ସ୍ପିକର ବାଜାଇ ପୂଜା କରିଵା ପରିସ୍ଥିତିକୁ ଆହୁରି ଜଟିଳ କରିଛି ଯାହାଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପୁଣି ଉତେଜନା ସୃଷ୍ଟି ହେବା ଭଳି ପରିସ୍ଥିତି ଦେଖାଯାଉଛି।ଏହାକୁ ନଜର ରଖି ଧାମନଗର ପୋଲିସ ବିଭିଗ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି।