୧୪୪ ଧାରା ମଧ୍ୟରେ ଗଣେଷ ପୂଜା ଶେଷ

ଅସ୍ତରଙ୍ଗ- ଚଳିତ ବର୍ଷ ଶେଷ ହୋଇଛି  ଗଣେଶ ଚତୁର୍ଥୀ।ବିଭିନ୍ନ ଅନୁଷ୍ଠାନ ମାନଙ୍କରେ  ଗଜାନନ ଙ୍କ ମୁଁନମୟ  ମୂର୍ତି  ପୂଜା ପାଉଥିବା ବେଳେ ଅସ୍ତରଙ୍ଗ ବ୍ଲକ ର ଦେବୀନଦୀ କୂଳରେ ଅବସ୍ଥିତ ନଈଗୁଆଁ ଗ୍ରାମର୧୦୦୦ ବର୍ଷ ତଳର ପୁରାତନ ସ୍ୱୟଂଭୁ ଗଣେଶ ମନ୍ଦିରରେ ପୂଜା ପାଉଛନ୍ତି ବୁଢା ଗଣେଶ।କିମ୍ବଦନ୍ତୀ ଅନୁସାରେ ଏଠାରେ ଗଜାନନ ସ୍ୱୟଂଆବିର୍ଭୁତ ହୋଇଛନ୍ତି । ଏହି ମନ୍ଦିରରେ ଏକ ବିଶେଷ ନୀତି ହେଲା ଏଠାରେ ୧୦୦୧ଟି ଅମୃତ ଲଡୁ ଭୋଗ ଲାଗିଥାଏ।ଏକ ପିତଳ ଥାଳିରେ ଏହି ସମସ୍ତ ଲଡୁ କୁ ମନ୍ଦିର ବେଢା ପରିକ୍ରମା କରାଯାଇ ଥିଲା ଏହି ସମୟରେ ଭଜନ କୀର୍ତ୍ତନ ରେ ମନ୍ଦିର ପରିସର କମ୍ପମାନ ହୋଇଥିଲା।ଏଠାରେ ବହୁତ ଶିଶୁ ଙ୍କୁ ତାଙ୍କ  ପିତା ମାତା ମାନେ ନୂଆ ଖଡ଼ି ଛୁଆଁ କରୁଥିବା ଦେଖା ଯାଇଥିଲା।ଆଉ ଏହି ଅମୃତ ଲଡୁ କୁ ଯେଉଁ ଭକ୍ତ ମାନେ ଖାଆନ୍ତି ତାଙ୍କର ବିଦ୍ୟା ବୁଦ୍ଧି ଆଉ ଜ୍ଞାନ  ପରିପୂର୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଛି।ସେହିପରି ବିଭିନ୍ନ ବିଦ୍ୟାଳୟ, କ୍ଲବ, ମନ୍ଦିର,ନଗରର ୩୦ଫୁଟର ମୂର୍ତ୍ତି ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏଠାରେ ସୂଚନା ଥାଉ କି ନୂଆଗଡ଼ ପୂଜା ମଣ୍ଡପ ରେ ଲାଗିଥିବା୧୪୪ ଲାଗିବା ଘଟଣା ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଜେ ତହସିଲଦାର ରାଜଲକ୍ଷ୍ମୀ ନାୟକ, ସାମୁଦ୍ରିକ ଥାନା ଅଧିକାରୀ ବାମଦେବ ନନ୍ଦ ଏବଂ ବ୍ୟାପକ  ପୋଲିସ ଙ୍କ ଉପସ୍ଥିତି ରେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା।ବିଭିନ୍ନ ଶିକ୍ଷାନୁଷ୍ଠାନ ଅସ୍ତରଙ୍ଗ ମହାବିଦ୍ୟାଳୟ ,ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ,ଅସ୍ତରଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟ ,ସରସ୍ୱତୀ ଶିଶୁ ମନ୍ଦିର, ଅସ୍ତରଙ୍ଗ ଗଣେଷ ପୂଜା ମଣ୍ଡପ, ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,,ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକରେ ପୂଜା ମହାସମାରୋହରେ ପାଳିତ ହୋଇଯାଛି।

Leave A Reply

Your email address will not be published.