ବାରିପଦା ପୌରପାଳିକାରେ ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ ଅନୁଷ୍ଠିତ

ବାରିପଦା- ବାରିପଦା ପୋୖରପାଳିକା କାର୍ଯ୍ୟାଳୟ ପରିସରରେ ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୋୖରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସନ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ,ଉପ ଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ୟା ଦାସ,ଉପନଗରପାଳ ସୀମା ଦାସ

ପ୍ରମୁଖ ଯୋଗ ଦେଇଥିଲେ। ଅତୀଥି ମାନେ ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସର ମହତ୍ତ୍ଵ ନେଇ ଆଲୋକପାତ କରିଥିଲେ।ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ ଙ୍କ ଉଲ୍ଲେଖନୀୟ  କାର୍ଯ୍ୟଦକ୍ଷତା ପାଇଁ ପୋୖରାପାଳିକା ତରଫରୁ ମାନପତ୍ର ଦେଇ ସାମର୍ଦ୍ଧିତ କରାଯାଇଥିଲା।ଶେଷରେ ଉପନଗରପାଳ ସୀମା ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ପ୍ରଥମେ ପ୍ରାତଃ ସମୟରେ ପୋୖରାଞ୍ଚଳରେ ରାମଧୁନ ସମେତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯାଇଥିଲା। ତତପରେ ବିଭିନ୍ନ ମହିଳା ସମିତି ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନକୁ ଉଦଘାଟନ କରିବା ସହ ଅତିଥି ମାନେ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ। ଏଥି ସହିତ ସ୍ୱାୟତ ଶାସନ ଦିବସ ଅବସରରେ ବାରିପଦା ପୌରପାଳିକାର ପକ୍ଷରୁ ପାର୍କ, ପାର୍କିଂ ସ୍ଥାନ, ବସ ରହଣି ସ୍ଥାନ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମେତ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ତେବେ ପୌରପାଳିକା ପକ୍ଷରୁ ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି

Leave A Reply

Your email address will not be published.