ବିନା କାମରେ ବିଲ ପାସ ହୋଇଥିବା ଅଭିଯୋଗ

ବାରିପଦା- ବାରିପଦା ଆଇଟିଡିଏ ସବୁବେଳେ କିଛିନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସୁ ଥିବାର ଦେଖାଯାଉଛି । ଅତୀତରେ କଂଟ୍ରାକଟରଙ୍କ ଟଙ୍କା ହଡପକୁ ନେଇ ଥାନାରେ ମାମଲା, ଜିଏସଟି ଠକେଇ, ଚାରାଦୂର୍ନିତୀ ଭଳି ମାମଲାରେ ଛନ୍ଦି ହୋଇଥିବା ବେଳେ  ଏବେ ବିଧାୟକ ହାତପାଣ୍ଠିରେ ନିର୍ମିତ କଂକ୍ରିଟ ରାସ୍ତା କାମରେ ଦୂର୍ନିତି ଅଭିଯୋଗ ଆସିଛି । ସୂଚନା ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷରେ ଶ୍ୟାମାଖୁଂଟା ବ୍ଲକ ଅନ୍ତର୍ଗତ ଖାଣ୍ଡିଆ ଗ୍ରାମପଂଚାୟତର ଜାନୁଡାହି ଗ୍ରାମରେ   ଏକ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ବାଙ୍ଗିରିପୋଷୀ ବିଧାୟକ ତଥା ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜ ହାତପାଂଠିରୁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ବାରିପଦା ଆଇଟିଡିଏ ଦ୍ୱାରା କାର୍ଯ୍ୟଟି ସମ୍ପାଦିତ ହେବାର ଥିଲା । ସେହି କାମଟି ବର୍ତମାନ ଚାଲିଥିବାର ବିଭାଗୀୟ ଯନ୍ତ୍ରୀଙ୍କ ସୂତ୍ରରୁ ଜଣାଯାଇଛି । ତେବେ ଏହି କଂକ୍ରିଟ ରାସ୍ତାକାମ ଟିରେ ଆଜି ମେଟାଲ ଢଳେଇ ପଡୁଥିବା ବେଳେ, କାର୍ଯ୍ୟ ନିକଟରେ ଫଳକ ଆଦୌ ଲେଖା ଯାଇ ନଥିବା ବେଳେ,   ଢଳେଇ କାମ ଚାଲିଥିବା ବେଳେ, କୌଣଷି ବିଭାଗୀୟ ଅଧିକାରୀ ବା ଯନ୍ତ୍ରୀ ବା କାମର ସୁପର ଭାଇଜର ମଧ୍ୟ ଉପସ୍ଥିତ ନଥିଲେ । ସେହିପରି ଯେତିକି ବାଲି ପଡିବା କଥା ବା ଯେତେ ମୋଟେଇର ମେଟାଲ ଢଳେଇ ପଡିବା କଥା, ବାଲି ସିମେଂଟର ଭାଗମାପ ଦେଖିବାକୁ କେହି ଲୋକ ନଥିବାରୁ ଲେବର ମାନେ ମନମୁଖି କାମ କରୁଥିବାର ଏବଂ ଖୁବ ତରସ୍ତରେ କାମ ଚାଲିଥିବାର ଦେଖା ଯାଇଛି । ତେବେ ଏହି କାମଟି ଆଦୌ ହୋଇନଥିବା ବେଳେ, କିଛିଦିନ ପୂର୍ବରୁ ଏହି କାମ ବାବଦରେ ବିଲ ପାସ ହୋଇ ଯାଇଥିବାର ଗୁରୁତର ଅଭିଯୋଗ ଆସିଛି । ଅଭିଯୋଗ କାରୀଙ୍କ କହିବା ମୁତାବକ ବିଗତ ପ୍ରାୟ ୧୫/୨୦ ଦିନ ତଳେ କାର୍ଯ୍ୟ ସ୍ଥଳ ଠାରୁ ୩/୪ କିଲୋମିଟର ଦୂର ଇଙ୍କଡାପାଳ  ଗ୍ରାମରେ ପୂର୍ବରୁ ନିର୍ମିତ ହୋଇଥିବା ଏକ କଂକ୍ରିଟ ରାସ୍ତା ବେଳେ ନିର୍ମିତ ପୁରୁଣା କାର୍ଯ୍ୟଫଳକ ଉପରେ ରଙ୍ଗ ମାରି ଜାନୁଡାହି ଗ୍ରାମର ଏହି କାମ ବିଷୟରେ ସୂଚନା ଲେଖି ଫୋଟ ଉଠାଇ ତତକ୍ଷଣାତ ସଙ୍ଗେସଙ୍ଗେ ଲେଖାଯାଇଥିବା ଫଳକର ଲେଖାକୁ ଲିଭାଇ ଦିଆ ଯାଇଥିଲା । ବିଲ ପାସ ପାଇଁ କାର୍ଯ୍ୟ ଫଳକର ଫୋଟ ଜରୁରୀ ଥିବାରୁ ଏବଂ ଇଙ୍କଡାପାଳ ଗ୍ରାମରେ ଜାନୁଡାହି ଗ୍ରାମର କାର୍ଯ୍ୟ ଫଳକ ଲେଖାଯିବା ପୁଣି ଫୋଟ ଉଠାଇବା ପରେ ତୁରନ୍ତ ଲିଭାଇ ଦିଆଯିବା ଘଟଣାରେ ସଂଦେହ ହେବାରୁ ସ୍ଥାନୀୟ ବୁଦ୍ଧିଜିବୀ ମାନେ ଘଟଣାର ତନାଘନା କରିବାରୁ ଏବେ ବିନା କାର୍ଯ୍ୟରେ ବିଲ ହଡପ କରିନେଇଥିବା କଂକ୍ରିଟ ରାସ୍ତା କାମ ବିନା ଫଳକରେ ତରସ୍ତ ଭାବରେ କରାଯାଉଥିବାର ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପାଇବା ପରେ କ୍ଷେତ୍ର ପରିଦର୍ଶନ କରିବା ସହ ବିଭାଗୀୟ ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହା ୨୦୨୦-୨୧ ମସିହାର ବିଧାୟକ ହାତ ପାଂଠିର କାମ ବୋଲି ସୂଚନା ଦେବା ସହିତ ଅନ୍ୟ କିଛି ପ୍ରଶ୍ନର ଉତର ନଦେଇ ସେ ଚିକିତ୍ସାଧୀନ ଥିବାର କହିଥିଲେ । ତେବେ ବର୍ତମାନ ଶ୍ୟାମାଖୁଂଟା ବ୍ଲକ ଦାୟୀତ୍ୱରେ ଥିବା ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ତାଙ୍କୁ ବ୍ଲକର ଦାୟୀତ୍ୱ ଦିଆଯାଇଥିବା ବେଳେ, ପୂର୍ବ ଯନ୍ତ୍ରୀ ଚାର୍ଯ ଦେଇ ନଥିବାରୁ ସେ କିଛି ଜାଣି ନଥିବାର କହିଛନ୍ତି । ତେବେ ବାରିପଦା ଆଇଟିଡିଏ ର ସହକାରୀ ଯନ୍ତ୍ରୀଙ୍କୁ ଖାଣ୍ଡିଆ ଗ୍ରାମପଂଚାୟତର ଜାନୁଡାହି ଗ୍ରାମରେ ଚାଲିଥିବା ଏହି କଂକ୍ରିଟ କାମ ବାବଦରେ ପଚାରିବାରୁ ସେ ଆଶ୍ଚର୍ଯ୍ୟ ହେବା ସହ ସରକାରୀ ରେକର୍ଡ ମୁତାବକ ବର୍ତମାନ ଖାଣ୍ଡିଆ ଗ୍ରାମପଂଚାୟତ ଅଧିନରେ ଆଇଟିଡିଏର କୌଣଷି କାର୍ଯ୍ୟ ଚାଲୁ ନଥିବାର କହିଛନ୍ତି । ତେବେ ଜାନୁଡାହି ଗ୍ରାମରେ ବିନାଫଳରେ ଚାଲିଥିବା ଏହି କଂକ୍ରିଟ କାମଟି ବିଷୟରେ ଆସିଥିବା ଅଭିଯୋଗ ଉପରେ ବିଧିବଦ୍ଧ ତଦନ୍ତ କରାଗଲେ ଘଟଣାର ସତ୍ୟତା ଜଣାଡିବା ସହ ହୋଇଥିବା ଦୂର୍ନିତୀର ପର୍ଦ୍ଦାଫାସ ହୋଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.