ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଲାଠୋର ବନ୍ଦ

ଖପ୍ରାଖୋଲ- ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ  ସାତ ତାରିଖ ଦିନ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଥିଲା କୋଶଲ ମୁକ୍ତି ମୋର୍ଚ୍ଚା।ଏହାକୁ ସମର୍ଥନ କରି ଲାଠୋର ରେ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଲାଠୋର କଲେଜ ଛକ ଠାରେ ବନ୍ଦ ପାଳନ କରାଯାଇଛି।ଓଡିଶା ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ପ୍ରତିନିଧି ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ନ ମିଳିବା, ପଶ୍ଚିମାଞ୍ଚଳରୁ ବେଶୀ ଅବକାରୀ ରାଜସ୍ବ ପାଉଥିଲେ ମଧ୍ୟ ଏହା ଉପକୂଳ ଓଡ଼ିଶାରେ ଖର୍ଚ୍ଚ ହେଉଥିବା, ସ୍ଥାନୀୟ କଳକରଖାନାରେ ବାହାର ଲୋକ ନିଯୁକ୍ତି ପାଉଥିବା ବେଳେ ଏ ଅଞ୍ଚଳର ଲୋକେ ଦାଦନ ଶ୍ରମିକ ହେବା, କେନ୍ଦୁପତ୍ର ରାଜସ୍ବ ରୁ ମାତ୍ର ୩୦ ପ୍ରତିଶତ ପଶ୍ଚିମ ଓଡିଶାକୁ ମିଳିବା, କୌଣସି ବଡ଼ ଡାକ୍ତରଖାନା ନଥିବାରୁ ଅନ୍ୟ ରାଜ୍ୟକୁ ଏ ଅଞ୍ଚଳର ଲୋକେ ଯିବାକୁ ବାଧ୍ୟ ହେଉଥିବା କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଏପର୍ଯ୍ୟନ୍ତ ସ୍ଥାନ ମିଳି ନ ପାରିବା ନୂଆଁଖାଇ ପାଇଁ ତିନିଦିନ ଛୁଟି ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଥିବା,ବାରମ୍ବାର ଦାବି ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ସ୍ଥାପନ ନହେବା ଏପରି ଅଭିଯୋଗ କରି ବନ୍ଦ ପାଳନ କରାଯାଇଛି ଲାଠୋର ର ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ଭାରିଯାନ ଯାତାୟାତ ବନ୍ଦ ରହିଥିବା ବେଳେ ଔଷଧ ଦୋକାନ, ଡାକ୍ତରଖାନା ଓ ଆମ୍ବୁଲାନ୍ସ ସେବା ଜାରି ରହିଥିଲା। ଏହି ମହାବନ୍ଦ ରେ ଲାଠୋର ଅଞ୍ଚଳର ସାବାସ୍ ସଂଗଠନ,ଜୟ ମାଁ ବସ୍ତ୍ରେନ୍ ବଣିକ ସଂଘ,ଡ୍ରାଇଭର ମହାସଂଘ,ଏଲ୍ ଡି ଏ ସଂଗଠନ, ମାରୱାଡ଼ି ଯୁବା ମଞ୍ଚ, ମାରୱାଡ଼ି ଚେମ୍ବର୍ସ ଅଫ୍ କମର୍ସ ସଂଗଠନ ସାମିଲ ଥିବା ବେଳେ କାଶି ମେହେର,ନାନୁ,କପିଳ ସୁନା, ଅନ୍ତର୍ଯ୍ୟାମୀ ସେଠ୍,ଲବ ସୁନା,ନକୁଳ ଅଗ୍ରୱାଲ, ନବୀନ ଅଗ୍ରୱାଲ ସହ ଶତାଧିକ କୋଶଳ ପ୍ରେମୀ ଏକଜୁଟ ହୋଇ ବନ୍ଦ ଡାକରା କୁ ସଫଳ କରିଥିଲେ।

Leave A Reply

Your email address will not be published.