ପୁରୀ- ସଡକ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଦୁର୍ଘଟଣା ହ୍ରାସ ଓ ଦୁର୍ଘଟଣା ପରେ ପ୍ରଭାବିତ ଙ୍କୁ ତ୍ୱରାନ୍ୱିତ ଉପଯୁକ୍ତ ଚିକିତ୍ସା ପଦକ୍ଷେପ ସମ୍ପର୍କରେ ରକ୍ଷକର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ବ୍ରହ୍ମଗିରି ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ବୁଧବାର ଦିନ ପୁରୀ ଆଚଂଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ ଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।ଏଥିରେ ଟ୍ରାଫିକ ଡି ଏସ ପି ଶ୍ରୀ ଏମ୍ ଶତପଥୀ, ବ୍ରହ୍ମଗିରି ବିଡ଼ିଓ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ,ବ୍ରହ୍ମଗିରି ଥାନା ଆଇ ଆଇ ସି ଶ୍ରୀ ମନୋଜ ଶତପଥୀ, ସହକାରୀ ଏମ ଭି ଆଇ ଶ୍ରୀ ଅମିତ କୁମାର ରଣା, ମାଷ୍ଟର ଟ୍ରେନର ଇତିଶ୍ରୀ ସୁନ୍ଦରା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।