ନନ୍ଦିନୀରେ ଖବର ପ୍ରକାଶ ପରେ ସହାୟତାର ହାତ ବଢାଇଛନ୍ତି ନେତା ଓ ସମାଜସେବୀ
ବଙ୍ଗୋମୁଣ୍ଡା – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅରସାତୁଳା ପଞ୍ଚାୟତ ଦେହେଲି ଗାଁର ଗରିବ ପରିବାର ମେଧାବି ଛାତ୍ରୀ ସ୍ୱସ୍ତିକା ସାହୁ ଦଶମ ଶ୍ରେଣୀ ରେ ମୋଟ ୬୦୦ ରୁ ୪୮୨ ୮୦% ରଖିଥିଲେ ତାଙ୍କ ସ୍ୱପ୍ନ ଥିଲା ସେ ଭଲ ପାଠ ପଢି ଭଲ ମଣିଷ ହେବାକୁ ତେବେ ଘରର ମୁରବି ତାଙ୍କ ବାପା କିଡ଼ିନୀ ରୋଗ ରେ ମୃତ୍ୟୁ ବରଣକୁ ୮ମାସ ବିତିଛି ପାଞ୍ଚ କୁଟୁମ୍ବକୁ ନେଇ ପରିବାର ଦୁଇମୁଠା ଦୁଇ ଓଳି ଖାଇବାକୁ ଭଲ ଭାବରେ ମିଳୁନ ଥିବା ବେଳେ ଘର ଚଲିବା କଷ୍ଟ କର ହୋଇପଡିଛି ଅର୍ଥ ଅଭାବ ଯୋଗୁଁ ପାଠ ପଢିବା ସ୍ୱପ୍ନ ମଉଳି ଯିବା ଆଶାରେ ସହାୟତା ସାହାଯ୍ୟ ପାଇଁ ଗୋଟିଏ ଛୋଟ ଭିଡ଼ିଓ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ଭିଡ଼ିଓଟିକୁ ସୋସିଆଲ ମିଡିଆ ରେ ଛାଡ଼ିଥିଲେ ଭିଡ଼ିଓ ଭାଇରଲ ହେବା ପରେ କଣ୍ଟାବାଞ୍ଜି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସ,ଜ଼ୀଲ୍ଲା ଉପସଭାପତି ସୁଧାଂଶୁ ସିଂ ଦେଓ, ଚନ୍ଦନ ମହାନନ୍ଦ, ଦେବରାଜ ଦଣ୍ଡସେନା,ବିଷମ ସାହୁ, ପରମା ସାହୁ, ମେଧାବୀ ଛାତ୍ରୀ ସ୍ୱସ୍ତିକା ଙ୍କ ଘର ଦେହେଲି କୁ ଯାଇ ଦେଖା କରିଥିଲେ ଓ ତାଙ୍କୁ ଯୁକ୍ତ ଦୁଇକଳା ପ୍ରଥମ ବର୍ଷ ର ପୁସ୍ତକ,ଖାତା,କଲମ ଦେଇ ଉପଯୁକ୍ତ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତେବେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ସିନ୍ଧେକେଲା (ନାଇସ) କମ୍ପୁଟର ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଚନ୍ଦନ ମହାନନ୍ଦ ଗୋଟିଏ ବର୍ଷ ପାଇଁ ମୁକ୍ତ କମ୍ପୁଟର ଶିକ୍ଷା ଦାନ କରିବା ପାଇଁ ସ୍ୱସ୍ତିକା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ତେବେ ଏହି ମହାନ କାର୍ଯ୍ୟ ପାଇଁ ବିଜେଡ଼ି ନେତା ଓ ଚନ୍ଦନଙ୍କୁ ଦେହେଲି ଗାଁ ଓ ଆଖ ପାଖ ଅଞ୍ଚଳରେ ସୁବେଚ୍ଛାର ସୁଅ ଛୁଟୁଛି। ସ୍ବସ୍ତିକା ବର୍ତ୍ତମାନ କିଭଳି ଭାବେ ମନୋଯୋଗ ସହ ପାଠ ପଢ଼ାରେ ମନ ରୁଚି ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା, ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବା ପାଇଁ,