ରାୟଗଡ- ଏକତା ପରିଷଦ ଦାବିପତ୍ର ପ୍ରଦାନ ବେଳେ ରାୟଗଡା ଡି ଏଫ ଓ ଙ୍କ ନାଲି ଆଖି ଦେଖାଇ ଦାବୀ ପତ୍ର ପ୍ରଦାନ କାରୀଙ୍କୁ ଡରାଇ ବାକୁ ଚେଷ୍ଟା କରିଛନ୍ତି। ଏହିପରି ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ବନ ବିଭାଗ କାର୍ଯ୍ୟାଳୋୟ ଠାରେ ସଖାଳୁ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତିଙ୍କ ଶ୍ରୀ ପ୍ରତାପ ପୁଆଲା ଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତ ଚାଷୀ ମାନେ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ,ଉକ୍ତ ଦାବିପତ୍ର ବେଳେ ଡି ଏଫ ଓ ଙ୍କ ସାମନାରେ ବନ ବିଭାଗର ଦୁର୍ନୀତିର ମୁଖା ଖଲିବାରୁ ସେ ନିଜେ ରାଗିଯାଇ ଅଫିସ ବାହାରକୁ ଚାଲି ଯିବାପାଇଁ ତାଗିଦ କରିଥିଲେ । ଏହି ଦାବିପତ୍ର ରେ ଉଲେଖ ଯେ ମନରେଗା ଯୋଜନା ରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପରିବେଶ ପ୍ରଦୂଷଣ ରଖିବା, ଜଙ୍ଗଲ ବୃଦ୍ଧି କରିବା ଓ ପାହାଡ଼ ରେ ଗଛ ଲଗେଇବା ପାଇଁ ବନ ବିଭାଗ କୁଦାଇତ୍ୱ ପ୍ରଦାନ କରୁଛନ୍ତି, କିନ୍ତୁ ଏହି ଅଞ୍ଚଳର ଗୁମା, କୁମ୍ବିକଟା, ନାକିଟି, କୁଟୁଳି ପଞ୍ଚାୟତ ର ବନ ବିଭାଗ ଅଧୀନରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀ ମାନେ ଜଙ୍ଗଲ ରେ ଗଛ ଲଗେଇବା ପରିବର୍ତ୍ତେ ଚାରା ଗୁଡାକ ନଦୀ ନାଳ ରେ ଫୋପାଡି ଦିଆ ଯାଇଛି ଆଉ କିଛି ଗଛ ଜଙ୍ଗଲ ମଧ୍ୟ ପଡି ରହିବା ଦେଖିବାକୁ ମିଳିଛି। ସେହିଭଳି ମଧ୍ୟ ଉଲେଖ ରହିଛି ଜଙ୍ଗଲ ବିଭାଗର ମନମୁଖୀ କାର୍ଯ୍ୟା ଯଗୁ ଶତକଡା 10 ଭାଗ ଗଛ ଲଗା ଯାଉଛି ବାକିତକ ଗଛ ଖାଲି କାଗଜ କଲମରେ ଲଗା ହେଉଛି ଏହି ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ଏଠି 80 ଭାଗ ନିରୀହ ଆଦିବାସୀ ବସ ବାସ କରୁଛନ୍ତି । ଏଠାକାର ଆଦିବାସୀ ଓ ହରିଜନ ଅଶିକ୍ଷିତ ଦେଖି ବନ ବିଭାଗ କର୍ମଚାରୀ ମାନେ ଏହାର ଫାଇଦା ଉଠଉଛନ୍ତି ଯାହା ଫଳରେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି । ଜଙ୍ଗଲ ବୃଦ୍ଧି ହେଉନି ଖରା ଦିନେ ଆସିଲେ ଏହି ଅଂଚଳ ବାସି ନାହିଁ ନ ଥିବା ଅସୁଭିଧାରେ ସମୁଖୀନ ହେଉଛନ୍ତି, ଏହାକୁ ଦୁଷ୍ଟିରେ ରଖି ଚାଷୀ ଏକତା ପରିଷଦ ସଭାପତି ପ୍ରତାପ ପୁଆଲା କହିଛନ୍ତି ଏହି ଦୁର୍ନୀତି ରେ ଯୋଉ ସବୁ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ସେ ମାନଙ୍କ ବିରୁଦ୍ଧରେ ଯଥା ଶୀଘ୍ର କାର୍ଯ୍ୟା ଅନୁଷ୍ଠାନ ନିଆଯାଉ । ଉକ୍ତ କାର୍ଯ୍ୟକ୍ରମ ରେ ଚାଷୀ ଏକତା ପରିଷଦ ର ସାଧାରଣ ସମ୍ପାଦକ ଶଙ୍କର ନାଇଡୁ ସାଙ୍ଗଠନିକ ସମ୍ପାଦକ ପ୍ରିତମ କୁମାର,ସମ୍ପାଦକ କଟେଶ ଗାଣ୍ଟା, ଧର୍ମେନ୍ଦ୍ର ନେଇକ, ପବିତ୍ର ବେନିୟ, ଗୁମା ସମିତି ମେମ୍ବର ଓ ବିଭିନ୍ନ ପଞ୍ଚାୟତ ରୁ କର୍ମୀ ମାନେ ଉପସ୍ଥିତି ଥିଲେ।