ରାୟଗଡ- ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି।ରାୟଗଡ ସହରର ଲୋକମାନେ ନିର୍ମାଣ କାମରେ ବ୍ୟବହାର କରିବା ପାଇଁ ସଠିକ ଭାବରେ ବାଲି ପାଉ ନଥିବା ବେଳେ ନାଗାବଳି ନଦୀ ଶଯ୍ୟାରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ହେଉଛି। ଏଥିପାଇଁ ସ୍ଥାନୀୟ ଲୋକ ମାନେ ନା ନା ହଇରାଣ ହେବା ସହ ବାଧ୍ୟ ହୋଇ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ନଦୀ ରାୟଗଡାର କିନ୍ତୁ ଆନ୍ଧ୍ରକୁ ହେଉଛି ବାଲି ଚୋରା ଚାଲାଣ । ନଦୀ ମଝିରେ ଗାଡି ଲଗାଇ ଲିଜଧାରୀ ନଦୀରୁ ବାଲି ଉଠାଉ ଥିବା ବେଳେ ସୀମାନ୍ତ ଫାଟକ ଦେଇ ଦୈନିକ ଶତାଧିକ ବାଲି ବୋଝେଇ ଟ୍ରକ ଓ ଟିପର ଆନ୍ଧ୍ରକୁ ଯାଉଛି । ଜିଲ୍ଲା ପ୍ରଶାନର ନାକ ତଳେ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଦେଖି ନଦେଖିଲା ପରି ଚୁପ ବସିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ନାଁରେ ଲିଜ୍ ନେଇ ପରୋକ୍ଷ ଭାବେ ବାଲିଘାଟକୁ ଚଲାଉଛନ୍ତି ଆନ୍ଧ୍ର ମାଫିଆ ରାଜସ୍ୱ ବିଭାଗ ପକ୍ଷରୁ ବାଲି ଘାଟରେ ବନ୍ଦ କରିଦିଆଯାଇଛି ବୋଲି ଫଳକ ଲଗାଯାଇଛି । କିନ୍ତୁ ସେହି ବାଲିଘାଟରୁ ବେଧଡକ ଭାବେ ଦିନ ଦ୍ୱିପ୍ରହରରେ ବାଲି ଚୋରା ଚାଲାଣ କରାଯାଉଛି । ବାଲି ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏକ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଅଧ୍ୟକ୍ଷ ଥିବା ବେଳେ ଉପଜିଲ୍ଲାପାଳ, ତହସିଲଦାର, ଆରଆଇ ଓ ପୋଲିସ ରହିଥିବା ବେଳେ ଏହି କମିଟ ବାଲି ଚୋରାଚାଲାଣି ଦେଖି ନଦେଖିଲା ପରି ଚୁପ ହୋଇବସିଥିବା ଅଭିଯୋଗ ହୋଇଛି । ତେବେ ବାଲି ଚୋରି ହେଉଥିବା ବେଳେ ରାଜସ୍ୱ ବିଭାଗର ଅସାଧୁ କର୍ମଚାରୀ ମାସିକ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ଚୁପ ବସିଛନ୍ତି । ଫଳରେ ସରକାର ରାଜସ୍ୱ ହରାଉଛନ୍ତି ବୋଲି ରାୟଗଡାବାସୀ ଅଭିଯୋଗ କରିଛନ୍ତି । ସେହିଭଳି କଲ୍ୟାଣସିଙ୍ଘପୁର ବ୍ଲକ ଅଞ୍ଚଳର ଏବେ ମାଫିଆ ମାନେ ସକ୍ରିୟ ହେବାର ଖବର ବିଶ୍ୱସ୍ଥ ସୂତ୍ରରୁ ଜଣା ପଡ଼ିଛି ସିକରପାଇ ସର୍କଲର ବେଲକଣା ନାଗବଳି ନଦୀ ଶଯ୍ୟାରୁ ଚାଲାଣ ହେବାର ଯୋଜନା ପ୍ରସ୍ତୁତ ହେଉଛି ତେଣୁ ଏହି ଖବର ପାଇ ଲୋକମାନେ ଆସନ୍ତି ଜାହିର କରିବା ସହ ଚାଲାଣ କୁ ରୋକିବାକୁ ପ୍ରଶାସନ ଆଗରେ ଦାବୀ ରଖିଛନ୍ତି। ଯଦି ଏହି ଘାଟ ମାନଙ୍କରେ ଚାଲାଣ ରୋକିବାକୁ ଚେଷ୍ଟା କରାଯାଉ ନଚେତ ବଡ଼ ଧରଣର ଆନ୍ଦୋଳନ ର ଆଭାସ ମିଳୁଛି।