ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଷଣ୍ଢର ମୃତ

କାଳିଆପାଣି ସ୍ଥିତ କୋଳିପସି ଏନସିଡ଼ି କ୍ଲବ ନିକଟରେ ଓଏମସି ଲାଇନ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ  ଘଟଣା ସ୍ଥଳରେ ଗୋଟିଏ ଷଣ୍ଢ ର ଜୀବନ ଚାଲିଗଲା । ସୂଚନା ମୁତାବକ ଷଣ୍ଢଟି କ୍ଲବ ସମ୍ନା ରେ ଚାରୁଥିବା ସମୟରେ ତାର ଛିଣ୍ଡି ପଡିଥିଲା ଉକ୍ତ ଲାଇନ ଥିବା ତାର ଉପର ଦେଇ ଷଣ୍ଢ ଟି ଅତିକ୍ରମ କରୁଥିବା ସମୟରେ ତାର ସଂପର୍କରେ ଆସି ଘଟଣା ସ୍ଥଳରେ ଟଳି ପଡିଥିଲା । ଏହା ପରେ ସ୍ଥାନୀୟ ଲୋକେ ଓଏମସି ର ବିଜୁଳି ବିଭାଗ କୁ ଫୋନ ଯୋଗେ ଯୋଗାଇବା ପରେ ପାଖାପାଖି ୪୫ମିନିଟ ପରେ ପହଁଚି ଥିଲେ । ଏଠି ପ୍ରଶ୍ନ ଉଠେ ଆଜି ସାଧାରଣ ପଶୁ ର ଜୀବନ ଚାଲିଗଲା ସେ ସ୍ଥାନ ରେ ଅମୂଲ୍ୟ ଜୀବନ ଟିଏ ହେଇଥାନ୍ତା ସେଥିପାଇଁ ଦାଇ କିଏ ରହି ଥାନ୍ତା ? ଏ ପଶୁ ର ମାଲିକ କୁ କ୍ଷତିପୂରଣ କିଏ ଦେବ ତାହା କହିବେ କି ? 

ଯଦି ସ୍ଥାନୀୟ ଅଞ୍ଚଳରେ ବିଜୁଳି ବାବଦରେ  ବହୁ ଅସୁବିଧା ସମ୍ନା କୁ ଆସୁଥିବା ବେଳେ ପୁରାତନ ତାର କୁ କାଢି ନୂତନ ତାର ଲଗାଇବା ଓ ସ୍ଥାନୀୟ ଅଞ୍ଚଳରେ ରେ ଏକ ବିଜୁଳି ବିଭାଗର ଏକ କର୍ମଚାରୀ ଙ୍କୁ ନିଯୁକ୍ତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବା ଦେଖିବକୁ ମିଳିଛି ।

Leave A Reply

Your email address will not be published.