ସହାୟତାର ହାତ ବଢାଇଛନ୍ତି ସ୍ନେହମତିକୁ, ରାଇପୁର ପଠାଇଛନ୍ତି ଉତ୍ତମ ଚିକିତ୍ସା ନିମନ୍ତେ 

ବଙ୍ଗୋମୁଣ୍ଡା- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ପଞ୍ଚାୟତର ଡୁମେରମୁଣ୍ଡା ଗ୍ରାମର ଅପିନ୍ଦ୍ର ବନଛୋର । ତାଙ୍କ ସ୍ତ୍ରୀ ସ୍ନେହମତୀ ବନଛୋର (୪୦) ୩ ବର୍ଷ ହେବ ଏକ ବିଚିତ୍ର ରୋଗରେ ପଡ଼ି ବହୁ କଷ୍ଟ ଭୋଗୁଛନ୍ତି । ବାମ ଗୋଡ଼ରେ ଫୋଟକା ପଡି ଫୁଲିଯାଇଛି ଭଲ ଭାବରେ ଚଲାବୁଲା କରି ପାରୁ ନାହାନ୍ତି ଅନ୍ୟ ଜଣେ ଧରି ନେବା ଆଣିବା କରନ୍ତି । ଧାର କରଜ କରି ବହୁ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାଙ୍କ ରୋଗ ଭଲ ହେଉ ନାହିଁ । ତେବେ ପ୍ରଥମେ ଟିଟିଲାଗଡ, ବଲାଙ୍ଗିର, ଛତ୍ତିଶଗଡ଼ର ରାୟପୁର ଆଦି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ହେଲେ କୌଣସି ସୁଫଳ ମିଳିଲା ନାହିଁ  । ଅଭାବ ଅନାଟନ ଯୋଗୁଁ ଅର୍ଥ ସାଜିଥିଲା ବାଧକ ଗତ ୨ ମାସରୁ ଅଧିକ ହେବ ଭଲଭାବେ ଚାଲି ବୁଲି ପାରୁନାହାନ୍ତି । ବହୁ କଷ୍ଟରେ ବିତୁଛି ଜୀବନ ଏପରି ସ୍ଥିତିରେ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ କୁ ନେବା ପାଇଁ ଉଠାଇ ନେବା ଆଣିବା କରୁଛନ୍ତି ସ୍ୱାମୀ । ଘର କାର୍ଯ୍ୟ ସହ ସ୍ତ୍ରୀର ସେବାରେ ସମୟ କଟି ଯାଉଥିବାରୁ ସ୍ୱାମୀ ରୋଜଗାର କରିପାରୁନାହାନ୍ତି । କାମ କରିବାକୁ ଯାଇ ପାରୁନଥିବାରୁ ଆର୍ଥିକ ଘର ଖର୍ଚ୍ଚ ପାଇଁ ସମସ୍ୟା ଜଟିଳ ହେବାରେ ଲାଗିଛି । ସ୍ତ୍ରୀର ଚିକିତ୍ସା ଚିନ୍ତା ଓ ପେଟକୁ ଦାନା ଯୋଗାଡ଼ ଚିନ୍ତାରେ ଚିନ୍ତିତ ଏହି ପରିବାର । ଅର୍ଥାଭାବ ଯୋଗୁଁ ଚିକିତ୍ସା ପାଇଁ ଅକ୍ଷମ ଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ଥାଇ ସୁଦ୍ଧା ଚିକିତ୍ସିତ ହୋଇପାରୁନଥିଲେ ତେବେ ଗତ ୫ ତାରିଖ ଦିନ ନନ୍ଦିନୀ ଖବର କାଗଜରେ ଖବର ପ୍ରକାଶ ପାଇଥିଲା ଖବର ପ୍ରକାଶ ପାଇବା ପରେ ସହାୟତା ପାଇଁ ପହଞ୍ଚିଥିଲେ କଣ୍ଟାବାଞ୍ଜି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସ ମାଗଣା ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟରେ ସ୍ନେହମତୀ ବନଛୋରର ଉତ୍ତମ ଚିକିତ୍ସା କରିବା ପାଇଁ ରାୟପୁର ହସ୍ପିଟାଲକୁ ପଠାଇଛନ୍ତି । ପୂର୍ବତନ ବିଜେଡ଼ି ବିଧାୟକ ପାର୍ଥି ଶ୍ରୀ ଅଜୟ ଦାସ ଏଭଳି ସେବା କାର୍ଯ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପାରିଛନ୍ତି, ଓ ବହୁତ ଗରିବ ଶ୍ରେଣୀର ଲୋକମାନଙ୍କ ପ୍ରତି ଦେବଦୂତ ସାଜିଥିବା ଆଲୋଚନା ହେଉଅଛି 

Leave A Reply

Your email address will not be published.