ପ୍ରତ୍ୟେକ ପ୍ରାନ୍ତରେ ପାଳିତ ହେଉଥିବା ଗଣେଶ ପୂଜାର ସାମାଜିକ, ସାଂସ୍କୃତିକ ମହତ୍ତ୍ବ ଅଛି। ସମାଜରେ ଜ୍ଞାନର ପ୍ରସାର, ବୃଦ୍ଧି ଦିଗରେ ଏହି ଉତ୍ସବର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ଏହି ପୂଜା ଘରେ, ବିଦ୍ୟାଳୟରେ ଅ ନୁଷ୍ଠିତ ହୁଏ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମ ରେ ଶ୍ରୀ ଅଗ୍ରସେନ୍ ଚୌକ୍ ଗଣେଶ ଉତ୍ସବ ସମିତି ପକ୍ଷରୁ ଆଠ ଦିନ ଧରି ମହା ଆଡମ୍ବରରେ ଗଣେଶ ପୂଜା ପାଳନ ହୋଇଥିଲା।ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ କୈାଣସି ପୂଜା ପାର୍ବଣ ଅନୁଷ୍ଠିତ ହୋଇପାରି ନଥିଲା। ଚଳିତ ବର୍ଷ କଟକଣା କୋହଳ ହୋଇ ଥିବାରୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ରହିଛି।ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ସଂଧ୍ୟାରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯେମିତିକି ଝାଙ୍କି, ନୃତ୍ୟ ପ୍ରତିଯୋଗିତା, ଅର୍କେଷ୍ଟ୍ରା ପ୍ରଭୂତି ଅନୁଷ୍ଠିତ ହେଉଅଛି।ପାଗ ଠିକ୍ ଥିବାରୁ ଦର୍ଶକ ମାନଙ୍କ ଭିଡ ମଧ୍ୟ ବେଶ୍ ପରିଲକ୍ଷିତ ହୋଇଛି। ଆଠ ଦିନ ର ପୂଜା ପରେ ଆଜି ବିଦ୍ୟାଦାତା ଶ୍ରୀ ଗଣେଶଙ୍କୁ ବହୁତ ଧୁମଧାମରେ ଗଣପତି ବପ୍ପା ମୋରିୟା ଅଗଲେ ବରଷ୍ ତୁ ଜଲ୍ଦି ଆ ନାରା ଦେଇ ଭକ୍ତ ମାନେ ସମସ୍ତ ଲାଠୋର ଗ୍ରାମ ପରିକ୍ରମା କରି ଗ୍ରାମ ସ୍ଥିତ ରଜା କଟା ରେ ବିସର୍ଜନ କରିଥିଲେ।