ସର୍ବ ଭାରତୀୟ ପ୍ରବେଶିକା (NEET)ପରୀକ୍ଷା
ବରଗଡ଼- ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା(ନିଟ୍)ରେ ବରଗଡ଼ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଧୀନସ୍ଥ ହୀରାପାଲି (ବାଉସେନମୁରା ପଂଚାୟତ) ଗ୍ରାମର ର ହେମକାନ୍ତ ସାହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।୭୨୦ ମାର୍କରୁ ୬୬୦ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ହେମକାନ୍ତ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ତଥା ପ୍ରଶଂସାର ସୁଅ ଛୁଟିଛି। ବରଗଡ ଜିଲ୍ଲା ହୀରାପାଲି ଗାଁର ଶ୍ରୀଯୁକ୍ତ ଗୁପ୍ତା ସାହୁ ଓ ଅନୁସୂୟା ସାହୁ ଙ୍କର କନିଷ୍ଠ ପୁଅ ହେଉଛନ୍ତି ହେମାକନ୍ତ । ସେ ଗାଁ ସରକାରୀ ସ୍କୁଲ ରୁ ପ୍ରଥମ ରୁ ପଞ୍ଚମ ପରେ ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତିନ୍ନ ହୋଇ ପାଇକମାଳ ନବୋଦୟ ବିଦ୍ୟାଳୟ ରେ ଦଶମ ଓ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ସେ ଦଶମ ରେ ୯୫% ଓ ଯୁକ୍ତଦୁଇ ବିଜ୍ଞାନ ରେ ଚଳିତ ଶିକ୍ଷା ବର୍ଷ ରେ ୯୨% ମାର୍କ ରଖି ସଫଳତା ହାସଲ କରିଥିଲେ। ଏବଂ . ହେମାକନ୍ତ ଙ୍କ ବାପା ଗୁପ୍ତା ସାହୁ ଜଣେ ଚାଷୀ ଏବଂ ମା’ ଜଣେ ଗୃହିଣୀ । ଆର୍ଥିକ ସ୍ୱଚ୍ଛଳ ନ ଥିବା ଏକ ସାଧାରଣ ଚାଷୀ ପରିବାର ରୁ ଆସି ମଧ୍ୟ ନିଜର ଗଭୀର ଇଛାଶକ୍ତି, ଅଧ୍ୟବସାୟ ଓ କଠିନ ପରିଶ୍ରମ ଯୋଗୁଁ କୌଣସି ପ୍ରକାରର କୋଚିଂ ନ ନେଇ ନିଜେ ଗାଁ ରେ ରହି ପ୍ରସ୍ତୁତି କରି ଏହି ସଫଳତା ପାଇଛନ୍ତି ଓ ନିଜ ଗାଁ ତଥା ଜ଼ିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି l ସେ ନିଜର ଏହି ସଫଳତା ପାଈଁ ନିଜର ପିତା ମାତା ଭାଇ ଭଉଣୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ ପରିବାର ବର୍ଗ ଙ୍କୁ ଶ୍ରେୟ ଦେଇଛନ୍ତି. ହେମକାନ୍ତ ଜଣେ ସ୍ନାୟୁ ରୋଗ ବିଶେଷଜ୍ଞ ହୋଇ ସେବା କରିବା ଲକ୍ଷ ରଖିଛନ୍ତି.