ବୁଗୁଡା- ପ୍ରାଚୀନ କାଳରେ ଓଡିଆ ଜାତି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପାଠ କରି ନିଜକୁ ଭଗବତ ପ୍ରେମରେ ତଲ୍ଲିନ କରି ସମାଜକୁ ଶୃଂଖଳିତ କରି ରଖିଥିଲେ। ପରସ୍ପର ଭିତରେ ଭାଇଚାରା ସୃଷ୍ଟି ହୋଇ ସମାଜର ବିକାଶରେ ସହାୟକ ହେଉଥିଲେ। କାରଣ ତତ୍କାଳୀନ ସମୟରେ ଭାଗବତ ଓଡିଆ ପ୍ରାଣରେ ସାକ୍ଷରତା ଆଣିଦେଇ ଥିଲା ଏବଂ ଭାଗବତରେ ସାର୍ବଜନିନ ଭାଷା ପ୍ରୟୋଗ ଦ୍ବାରା ଲୋକେ ଆଗ୍ରହର ସହ ତାକୁ ଗ୍ରହଣ କରି ପାରୁଥିଲେ। ସଂପ୍ରତି ଆଧୁନିକତା ନାମରେ ପ୍ରାଚୀନ ଭାଗବତ ଗ୍ରନ୍ଥକୁ ଯୁବ ସମାଜ ପଢୁନାହାଁନ୍ତି ଏଣୁ ନିଜ ଭିତରେ ଆଧ୍ୟାତ୍ମିକତା ଭାବ ଉପୁଜି ପାରୁ ନାହିଁ। ଫଳରେ ଭକ୍ତିଭାବ ଭାଇଚାରାରେ ଦିନକୁ ଦିନ ଭଟ୍ଟା ପଡିବାରେ ଲାଗିଛି। ଏଣୁ ଯୁବ ସମାଜ ବହୁ ମାତ୍ରାରେ ଭାଗବତ ଅଧ୍ୟୟନ କଲେ ସମାଜର ସଂସ୍କାର ଅବକ୍ଷୟରୁ ରକ୍ଷା ହୋଇପାରିବ ବୋଲି ଓଡିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଆୟୋଜିତ ଭାଦ୍ରବ ପୂର୍ଣ୍ଣମା ଅବସରରେ ଅନୁଷ୍ଠିତ ୧୧୫ତମ ସାହିତ୍ୟ ଆଲୋଚନା ଚକ୍ରରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି। ପବିତ୍ର ଭାଗବତ ଜନ୍ମ ତିଥିରେ ଉକ୍ତ ସଭାକୁ ବରିଷ୍ଠ ଗବେଷକ ଡକ୍ଟର ବ୍ରଜକିଶୋର ପାଢୀ ଉଦ୍ ଘାଟନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା,ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ,ଖଲି ପରିଡା, ଅଧ୍ୟାପିକା ଭକ୍ତ ଲତା ମହାପାତ୍ର, ସଲୀଳା କୁମାରୀ ନାୟକ,ଏ.ଶିବାନୀ ଆଚାରୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।କବି ଶ୍ରୀଧର ମିଶ୍ର,ବସନ୍ତ କୁମାର ବିଷୋୟୀ,ରମାକାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଶେଷରେ ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।