ରାୟଗଡ- ସ୍ଵାଧୀନତା ର ୭୬ ବର୍ଷ ବିତିଯାଇଥିଲେ ସୁଧା ଆଜି ଯାଇ ବଦଳୀ ପାରୁନି ଏପରି ଏକ ଗ୍ରାମର ଦୃଶ୍ୟ ଯେଉଁ ଠି ଏବେବି ସରକାର ଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏହିପରି ଏକ ଗ୍ରାମ ତାହା ହେଲେ ଜଲାଖୁରା ଗ୍ରାମ ।
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଜଲାଖୁରା ଗ୍ରାମ ଯେଉଁ ଠି ଏବେବି ସରକାର ଙ୍କ ବିଭିନ୍ନ ଯୋଜନା ରୁ ଏହି 55 ରୁ 60 ପରିବାର ଏହି ଗ୍ରାମ ବସ ବାସା କରନ୍ତି । ନାଁ ଗ୍ରାମକୁ ଅଛି ଭଲ ରାସ୍ତା ନା ଗ୍ରାମ ରେ ଅଛି ପିଲାମାନଙ୍କ ପାଇଁ ଭଲ ବିଦ୍ୟାଳୟ ଯେ ବିଦ୍ୟାଳୟ ଅଛି ତାହା ପୁଣି ପ୍ରଥମ ରୁ ପଞ୍ଚମ ଶ୍ରେଣୀ । ସେହି ଗ୍ରାମ ପିଲା ମାନେ ଅଧିକା ପଢି ବାକୁ ହେଲେ ନିଜ ଗ୍ରାମ ଠାରୁ 10 କିଲୋମିଟର ଦୂର କାଶିପୁର ଆସିବାକୁ ପଡେ ସ୍ଵାସ୍ଥ୍ୟ ଅବସ୍ଥା ନ କହିଲେ ଭଲ କାରଣ ଯିବା ପୂର୍ବରୁ ଏକ ନାଳ ପଡେ ଓ ଏହା ସହିତ ସେହି ଗ୍ରାମ କୁ ଭଲ ରାସ୍ତା ଟିକିଏ ମଧ୍ୟ ନାହିଁ ଯେଉଁ ରାସ୍ତା ଅଛି ତାହା ପୁଣି କାଦୁଅ ମାଟି ରାସ୍ତା ଯଦି ଜଲାଖୁରା ଗ୍ରାମ ର କାହା ର ଦେହ ଖରାପ ହେଲେ ଚଲେଇ ଚଲେଇ ଆଣନ୍ତି କିମ୍ବା ଖଟିଆ ବୋହି ଆଣତି ତାହା ପୁଣି 7କିଲୋମିଟର ଏହା ପରେ ପଡେ ରାଉତ ଘାଟି ସେହି ଘାଟି ପାଖ କୁ ଆଣିଲେ ଆମ୍ବୁଲାନ୍ସ ଗାଡ଼ି ସାହାଯ୍ୟ ରେ କାଶିପୁର ସ୍ଵାସ୍ଥ୍ୟ କେନ୍ଦ୍ର ଆଣନ୍ତି । । ଯେଉଁ ରାସ୍ତା ରହିଛି ସବୁ ସମୟରେ ଗୋଟିଏ ନାଳ ପାରି ହୋଇ ଯିବାକୁ ପଡିଥାଏ କିନ୍ତୁ ବର୍ଷା ମାସ ହେଲେ ଏହି ଗ୍ରାମ ର ଲୋକ ମାନଙ୍କ ବାୟଜଗତୃରୁ ବିଛିନ୍ନ ହୋଇଥାଏ । ହେଲେ ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ପୂର୍ବ ରୁ ଥିବା ଜିଲା ପାଳ ନିକଟରେ ମଧ୍ୟ ଜଣାଇଛନ୍ତି କିନ୍ତୁ ଆଜି ଯାଇ କୈାଣସି ସୁବିଧା ପାଇଁ ପାରୁନାହାନ୍ତି। ହେଲେ ନିର୍ବାଚନ ସମୟ ଆସିଲେ ନେତା ମାନେ ବହୁତ କିଛି ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଥାଆନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଯେଉଁ ସବୁ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ସେହି ଗ୍ରାମ ଲୋକେ କହିଛନ୍ତି । ଯେ ସ୍ଵାଧୀନତା ର76 ବଷ ବିତିଯାଇଥିଲେ ସୁଧା ଆଜି ଯାଇ ଆମ ଏହି ଗ୍ରାମ ର ଦୃଶ୍ୟ ବଦଳି ପାରୁ ନାହିଁ । ଓ ସେହି ଗ୍ରାମର ବୃଦ୍ଧ ବୃଦ୍ଧା ଯଦି ଭତ୍ତା ପାଇଁ ଯାଆନ୍ତି ତାହା ପୁଣି 10କିଲୋମିଟ କାଶିପୁର ଆସନ୍ତି । ସେହି ପରି ବର୍ଷା ମାସ ହେଲେ ଜଲାଖୁରା ଗ୍ରାମ ପିଲାମାନେ ଉଚ୍ଚ ଶିକ୍ଷିତ ପାଇ କାଶିପୁର ବିଦ୍ୟାଳୟ ଆସିବାର ବଞ୍ଚିତ ହେଉଛନ୍ତି। ସେହି ପରି ଜଲାଖୁରା ଗ୍ରାମ ଵାସି ଙ୍କ ମୁଖ୍ୟ ଯିବିକା ହେଉଛି ଜଙ୍ଗଲ ରୁ ଖଲିପତ୍ର ଆଣି କାଶିପୁର ବଜାରେ ବିକ୍ରି କରି ଥାଆନ୍ତି। ସେହି ପରି ପୋଡ଼ୁ ଚାଷ ଛଡ଼ା ଅନ୍ୟ କୌଣସି ଚାଷ କରି ପାରନ୍ତି ନାହିଁ । ସରକାର ଗରିବ ପରିବାର ପାଇଁ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ଏହି ଗ୍ରାମ ର ପିଲା ଠାରୁ ବୁଦ୍ଧ ଏହି ସବୁ ଯୋଜନା ରୁ ବଂଚିତ ହୋଇଛନ୍ତି ହେଲେ କେବେ ଏହି ଗ୍ରାମର ଦୃଶ୍ୟ ବଦଳି ଦେଖାଇବାକୁ ବାକି ରହିଲା ।