(ଲହୁଣୀପଡା)-ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବେଲକୁଦର ଗ୍ରାମ ନିକଟରେ ଜିଲ୍ଲା ପେସା ଗ୍ରାମସଭା କୋଡିନେଟର ଓ ଫାଇଟ ଫର ରାଇଟସ୍ ପକ୍ଷରୁ ଜନସଭା ଅନୁଷ୍ଠିତ ହୋଇଛି। ଏହି ଜନସଭା ଜିଲ୍ଲା ପେସା କୋଡିନେଟର ଏବଂ ଫାଇଟ ଫର ରାଇଟସ୍ ସଭାପତି ବୁଧୁଆ ଜୋଜକଂ ଅଧ୍ୟକ୍ଷତାରେ ଏହି ସଭା ହୋଇଥିଲା। ସଭାର ମୁଖ୍ୟ ଉଦ୍ଦେଶ୍ୟ ଯେ ଆଜି ଶୁକ୍ରବାର ଦିନ ଏକ ବିଶାଳ ରାଲିର ଆୟୋଜନ କରି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ଓଡିଶା ରାଜ୍ୟପାଳଙ୍କ ଉଦେଶ୍ୟ ଏକ ଦାବିପତ୍ର ପ୍ରଦାନ କରିବାର ଥିଲା।କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନଥିବାରୁ ଏଠାରେ ଏହି ଜନସଭା ହୋଇଥିଲା।ତେବେ ଏହି ଜନସଭାର କେମିତି ଆଦିବାସୀଙ୍କ ଜଳ ଜଙ୍ଗଲ ଜମି ଅଧିକାରରୁ ଆଦିବାସୀ ମୂଳ ବାସୀଙ୍କୁ ବଞ୍ଚିତ କରିବା ବନ୍ଦ କରାଯାଉ। ସମ୍ବିଧାନର ୫ମ ଅନୁସୂଚିତ ଧାରାର ୨୪୪(୧)କୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉ, ଲୌହଖଣି ଏବଂ ଅନ୍ୟ ଖଣିଖାଦାନ ଗୁଡିକରେ ସ୍ଥାନୀୟ ବେରୋଜଗାରୀ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯାଉ ଆଦି ୧୦ଟି ଦଫା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସନ୍ତୋଷ ଓରାମ କୋଇଡ଼ା ବ୍ଲକ ପେସା କମିଟି ସଭାପତି ନାମଜାନ କାଣ୍ଡୁଲାନ, ସମ୍ପାଦକ ମାଗାଂ ଓରାମ, ଲହୁଣିପଡ଼ା ବ୍ଲକ ପେସା ସଭାପତି ଗାବ୍ରିଏଲ ସିନ୍ଦୂର, ସମ୍ପାଦକ ବିଲିଆମ ମୁଣ୍ଡା, ଦଶରଥ କିଷାନ, ସିମନ ମୁଣ୍ଡା, ଅନିଲ ଏକ୍କା, ଡମ୍ବରୁଧର ଭୁମିଜ, ସହନ ଭୂମିଜ, ନେଲସନ୍ ହରୋ, ଅଭିରାମ ମୁଣ୍ଡାରୀ, ସାଲାନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ବହୁ ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଭାଇ ଭଉଣୀ ଉପସ୍ଥିତ ଥିଲେ।