ବେଗୁନିଆପଡ଼ା – ମଦ୍ୟପ ବ୍ଯକ୍ତି ସମାଜର ଶତ୍ରୁ।ଏଣୁ ମଦ ମୁକ୍ତ ପଞ୍ଚାୟତ ମଦ ମୁକ୍ତ ପରିବେଶ ଗଢ଼ିବାକୁ ସଚେତନ ନାଗରିକ ସବୁବେଳେ ଚାହାନ୍ତି ।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଶାକୁଂଡା ପଞ୍ଚାୟତର ସରପଞ୍ଚ ସୁଶମା ତିଆଡି ଓ ସମିତି ସଭ୍ୟା
ଜୟନ୍ତୀ ସ୍ୱାଇଁ ଙ୍କ ନେତୃତ୍ୱ ଶହ ଶହ ମହିଳା ଏନେଇ ସଚେତନତା କରିଛନ୍ତି।
ଶତାଧିକ ମହିଳା ଓ ଅଙ୍ଗନବାଡି କର୍ମୀ ହାତରେ ପ୍ଲାକର୍ଡ଼ ଧରି ଗାଁ ଗାଁ ବୁଲିଥିଲେ । ମଦ ରନ୍ଧା ଓ ମଦ ବିକ୍ରୀ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବା ସହ ଜନସାଧାରଣଙ୍କୁ ମଦ ବନ୍ଦ ପାଇଁ ସଚେତନ କରିଥିଲେ । ଘରର ପୁରୁଷ ମାନେ ମଦ୍ୟପାନ କରି ଘରେ ସ୍ତ୍ରୀମାନଙ୍କୁ ନିର୍ଯାତନା ଦେଉଛନ୍ତି । ସେଥିପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ୱାନ ଦେଇଥିଲେ ।
ଉକ୍ତ ପଂଚାୟତ ରେ ମଦ ବିକ୍ରି ସମ୍ପୂର୍ଣ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ! ଯେଉଁ ମାନେ ମଦ ବିକ୍ରି କରିବେ ସେମାନେ ପାଉ ଥିବା ସରକାରୀ ସୁବିଧା ବନ୍ଦ କରିବା ସହ ଆଇନ ଅନୁଯାଇ ଦଣ୍ଡିତ କରାଯିବ। ଏହି ଅଭିଯାନରେ ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ସାହୁ, ସମିତି ସଭ୍ୟ କବିରାଜ ନାୟକ, ନାଏବ ସରପଞ୍ଚ ଗଦାଧର ପ୍ରଧାନ, ସମସ୍ତ ୱାର୍ଡ ସଭ୍ୟ, ମହିଳା ସଙ୍ଘ ସଭାପତି ମମତା ସାହୁ, ଗ୍ରାମ୍ୟ କମିଟି ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଯୁବ ଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।