ଭାଗବତ ହିଁ ଜୀବନ ନିର୍ମାଣର କଳା ଶିଖାଇଥାଏ

ବାରିପଦା,୧୫/୦୯ ପବିତ୍ର ଭାଗବତ ଜନ୍ମ ଅବସରରେ ମୁର୍ଗାବାଡିସ୍ମିତ ଭାଗବତ ଟୁଙ୍ଗିର ଦ୍ଵାଦଶ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀମଦ୍ ଭାଗବତ ମହାପୁରାଣ ଉପରେ ଏକ ପ୍ରବଚନ କାର୍ଯ୍ୟକ୍ରମ ସୁନୀୟ ରାଧାକୃଷ୍ଣ ବାଟିକାଠାରେ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କମିଟିରସଭାପତି ପ୍ରକାଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରବଚନ କାର୍ଯ୍ୟକ୍ରମରେ ଖ୍ୟାତନାମା ପ୍ରବଚକଭାଗବତଭୂଷଣ ଭାଗବତ ପଣ୍ଡା ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରବଣ, ପଠନ ଓ ସେବା ଦ୍ଵାରା

ମଣିଷ ଜୀବନର ସମସ୍ତ ସମସ୍ୟାର ସମାଧାନ ହେବା ସଙ୍ଗେ ସଙ୍ଗେ ମୁକ୍ତି ର ମାର୍ଗ ଉନ୍ମୋଚିତହୋଇପାରିବ ବୋଲି କହିଥିଲେ। ମଣିଷ ହୃଦୟରେ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ପରିପୁଷ୍ଟି ନିମିତ୍ତଭାଗବତ ଗ୍ରନ୍ଥ ହିଁ ଏକମାତ୍ର ଆଧାର ବୋଲି ଭାବ ଗଦ୍ଗଦ କଣ୍ଠରେ ପ୍ରକାଶ କରିଥିଲେ। ବ୍ୟକ୍ତିରବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ ତଥା ରାଷ୍ଟ୍ରୀୟ ଜୀବନର ଶୃଙ୍ଖଳା ପାଇଁ

ଭାଗବତରେ ଅନେକ ଉପାଦାନ ରହିଛି ବୋଲି ମଧ୍ୟ ବର୍ଣ୍ଣନା କରିବା ସହିତ ଶୁକଦେବ ଗୋସ୍ଵାମୀ ଗଙ୍ଗାନଦୀ କୂଳରେ ବ୍ରହ୍ମ ଶାପରେ ଜର୍ଜରିତ ମହାରାଜା ପରିକ୍ଷିତଙ୍କୁ ଭାଗବତ ଶୁଣାଇ ମୁକ୍ତି ପ୍ରଦାନକରିଥିଲେ ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭାଗବତ ଟୁଙ୍ଗି କମିଟିର ସମ୍ପାଦକରସରାଜ ଖୁଣ୍ଟିଆ, କୋଷାଧ୍ୟକ୍ଷ ବାଞ୍ଛାନିଧ୍ଵ ଭଦ୍ର, କାର୍ଯ୍ୟକାରୀ ସଦସ୍ୟ ଗୀତାରାଣୀ ସାହୁ,ରବିନଚନ୍ଦ୍ର ସେନାପତି, ସୁଶାନ୍ତ ପଣ୍ଡା, ମଦନ ଚନ୍ଦ୍ର ମହାନ୍ତି,ବଂଶୀଧର ଦାସ, ଇଳାବତୀ ମହାନ୍ତି, ଫୁଲେଶ୍ବରୀ ଦାଶ, ପ୍ରମିଳା ଦାଶ, ଅଜିତ କୁମାର ଘୋଷ ପ୍ରମୁଖଆୟୋଜକ ଥିବାବେଳେ,ରତ୍ନାକର ବେହେରା, କୃଷ୍ଣଚନ୍ଦ୍ର ଦେ, ସରୋଜିନୀ ବଳା, ସହଦେବ

ପାତ୍ର, ଜଗଦୀଶ ଦାସ ପ୍ରମୁଖ ସହଯୋଗ କରିଥିଲେ। ପ୍ରାରମ୍ଭରେ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଭଜନ ପରିବେଷଣ କରି ଥିବା ବେଳେପରିଶେଷରେ ଗୀତାରାଣୀ ସାହୁ ସାଧୁବାଦ ଅର୍ପଣ କରିଥିଲେ। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହରିକଥା ଶ୍ରବଣ କରିଥିଲେ ।ପରିଶେଷରେ ସମସ୍ତ ଭକ୍ତଙ୍କୁ କମିଟି ତରଫରୁ ପ୍ରସାଦ ବିତରଣକରାଯାଇଥିଲା।

Leave A Reply

Your email address will not be published.