ରାୟଗଡ଼-ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ବଦଳି ନେଇ ଏକ ଧାରଣା କରାଯାଇଛି। ଏହି ଧାରଣା ହେଉଛି ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ମାଝୀ ଙ୍କୁ ମାଲକାନଗିରି ଜିଲ୍ଲାକୁ ବଦଳି କରି ଦିଆଯାଇଛି। ତାର ପ୍ରତିବାଦରେ ଆଜି କାର୍ଯ୍ୟ ବନ୍ଦ କରି ଆଶା କର୍ମୀ ସ୍ୱାସ୍ଥ୍ୟ କର୍ମୀ ପରମେଡିକାଲ ଷ୍ଟାଫ କାର୍ଯ୍ୟ ରତ ଡାକ୍ତର ମାନେ ଧାରଣାରେ ବସିଥିବା ବେଳେ ଏହାକୁ ଜନ ସାଧାରଣ ମାନେ ସ୍ବେଚ୍ଛା କୃତ ଭାବେ ସାମିଲ ହେଇଛନ୍ତି। ଜନ ସାଧାରଣ ଓ ମେଡିକାଲ ଷ୍ଟାଫ ଙ୍କ ଦାବୀ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଅଭାବ ସାଙ୍ଗକୁ ପାରା ମେଡିକାଲ ଷ୍ଟାଫ କମ ଅଛନ୍ତି। ମାଝୀଗୁଡାରୁ ଜଣେ ଓ ସିକରପାଇ ମେଡିକଲରୁ ୨ ଜଣ ଡାକ୍ତରଙ୍କୁ ନେଇ ଗୋଷ୍ଠୀ କେନ୍ଦ୍ର ପରିଚାଳିତ ହେଉଛି। ତେଣୁ ଅନେକ ସମୟରେ ସିକରପାଇ ଓ ମଝିଗୁଡ଼ାର ଚିକିତ୍ସାରେ ଅନେକ ସମସ୍ୟା ରହୁଛି ଯାହା କି ଜଣେ ଜଣେ ଡାକ୍ତର ଏହାକୁ ସମ୍ପାଦନା କରିବାକୁ ପଡୁଛି ତେଣୁ କର୍ମଚାରୀ ନିଆଣ୍ଟିଆ ସାଙ୍ଗକୁ କର୍ମଚାରୀ ବଦଳିକୁ ଲୋକମାନେ ବିରୋଧ କରିଛନ୍ତି ଓ ରାୟଗଡ ମୁଖ୍ୟ ଚିକିତ୍ସାଧିକାରି ଲାଲ ମୋହନଙ୍କୁ ଦୃଷ୍ଠି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ଶ୍ରୀ ମାଝୀ ଜଣେ ସିଦ୍ଧ ଓ ପୁରୁଣା କର୍ମଚାରୀ ହେଇଥିବା ବେଳେ ଜନ ସ୍ଵାସ୍ଥ୍ୟ କାର୍ଯ୍ୟାଳୟକୁ ସୁରୁଖୁରୁରେ ବିର୍ଭୁଲ ଭାବେ ପରି ଚାଳନା କରିବାରେ ସିଦ୍ଧ ହସ୍ତ ତାଙ୍କ ବ୍ୟବହାରରେ ସମସ୍ତେ କର୍ମଚାରୀ ଓ ରୋଗୀ ମାନେ ସନ୍ତୁଷ୍ଟ ଅଛନ୍ତି ତେଣୁ ଏହି ନିର୍ଦେଶକୁ ବାତିଲ କରି ପୁନଃ କଲ୍ୟାଣସିଙ୍ଘପୁର କେନ୍ଦ୍ରରେ ଅବସ୍ଥାପିତ କରିବାକୁ ଜିଦରେ ଅଡି ବସିଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରି ଡାକ୍ତର ଚିନ୍ମୟ କୁମାର ଲିମା କହିଛନ୍ତି। ସେହିଭଳି ସିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାସକୁ ପ୍ରାୟ ୫୦ ରୁ ଅଧିକ ପ୍ରସୂତି ପାଇଁ ଆସୁଥିବାର ପରିଲକ୍ଷିତ ହେଉଛି ଗତ ମାସର ରିପୋର୍ଟ ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସିକରପାଇ ପ୍ରାଥମିକ କେନ୍ଦ୍ରରେ ପ୍ରାୟ ସମାନ ରୋଗୀ ପ୍ରସୂତି ପାଇଁ ଆସିଥିବାର ଜଣା ପଡ଼ିଛି ତେଣୁ ଏହି ମେଡିକଲର ଯେଉଁ ଡାକ୍ତର ମାନଙ୍କୁ ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଛି ତାଙ୍କୁ ଫେରାଇ ଦେଇ ସେ କେନ୍ଦ୍ରକୁ ଅନ୍ୟ ନୂଆ ଡାକ୍ତର ନିଯୁକ୍ତି ଦେବାକୁ ଜନ ସାଧାରଣ ଦାବୀ ଜଣାଇଛନ୍ତି।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଉତରାୟ ଙ୍କୁ ପଚାରିବାରୁ ସେ କହିଛନ୍ତି କି ସେ ନିର୍ଦେଶ ସରକାର ଦେଇଛନ୍ତି ସେଥିରେ ମୋର କିଛି କହିବାର ନାହିଁ ତାଙ୍କର ଦୁଇ ମାସ ତଳୁ ବଦଳି ହେଇ ସରିଛି କିନ୍ତୁ ଆଜି ପର୍ଯ୍ୟନ୍ତ ରଖା ଯାଇଛି ବାରମ୍ବାର ଉପରସ୍ଥ ଅଧିକାରୀଙ୍କ ତାଗିଦ ପରେ ମୁ ବାଧ୍ୟହେଇ ରିଲିଫ କରିଛି। ଯେଉଁ ଡାକ୍ତର ସିକରପାଇ ରୁ ଡେପୁଟେସନ କରି ନିଆ ହେଇଛି ତାଙ୍କ ଫେରାଇ ଆଣିବା କଥା ପଚାରିବାରୁ ତାଙ୍କ ଉତ୍ତରରେ କହିଛନ୍ତି ସେ ବିଷୟରେ କିଛି ଅସୁବିଧା ନାହିଁ ତାଙ୍କୁ ଫେରାଇ ଆଣି ପୁଣି ନିଜ ଜାଗାରେ ଅବସ୍ଥାପିତ କରାଯିବ ବୋଲି ଉତର ରଖିଛନ୍ତି।