ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କପାଟସିଲ ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ଅମର ସିଂ ମାଝି କୈାଣସି କଳହର କୁ ନେଇ ଗତକାଲି ରାତିରେ ରେ ନିଜେ ବିଷପିଇ ଦେଇଥିଲେ । ଏହା ପରେ ପରିବାର ଲୋକେ ତୁରନ୍ତ ଗତ କାଲି 11ସମୟ ରାତିରେ କାଶିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣୁଥିଲେ ସେହି ସମୟରେ ରାସ୍ତାରେ ହିଁ ତାଙ୍କ ର ମୃତ୍ୟୁ ଘଟିଥିଲା ଏହା ପରେ କାଶିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଘଟଣାସ୍ଥଳକୁ କାଶିପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ତାଙ୍କ ପରିବାର ଲୋକେ କହିବା ଅନୁଯାୟୀ ଘରେ କୈାଣସି କାରଣ କୁ ନେଇ କଳି ହୋଇଥିଲା ଏହା ପରେ ସେ ରାତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଆଜି ସବୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯିବା ବୋଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି କେସ୍ ନମ୍ବ ହେଲା -୭/୨୨ ବୋଲି କାଶିପୁର ଥାନା ଅଧିକାରୀ ପି କେ ମିଶ୍ର ତଦନ୍ତ ଚାଲିଥିବା କହିଛନ୍ତି।