(ଲହୁଣୀପଡା)- ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବାକିଂ ପଞ୍ଚାୟତର ଅଧିନସ୍ଥ ବଡ ଭୁଲତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ପ୍ରେମିକ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ଯା ପରେ ପ୍ରେମିକ ବିଷ ପାନା କରି ଅତ୍ମାହତ୍ଯା ଉଦମ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଚାନ୍ଦିପୋଷ ଥାନା ଅନ୍ତର୍ଗତରେ ଚାଞ୍ଚଲ୍ଯ ଘଟଣା ଘଟିଛି। ପରକୀୟାପ୍ରୀତି ସନ୍ଦେହରେ ପ୍ରେମିକ ସାଜିଲା ପ୍ରେମିକାର ହତ୍ୟାକାରୀ, ହତ୍ୟାକାଣ୍ଡ ଭିଆଇଲା ପରେ ପ୍ରେମିକର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ପୋଲିସ ହେପାଜତରେ ଭର୍ତି ହୋଇଥିବା ଜଣାପଡିଛି। ତେବେ ମୃତକ ଯୁବତୀର ନାମ ଶାନ୍ତି ଲାକ୍ରା (୨୦)ଚାନ୍ଦିପୋଷ ଥାନା ଅନ୍ତର୍ଗତ ବଡ଼ଭୂଲତା ଗ୍ରାମର ହତ୍ୟାକାରୀ ପ୍ରେମିକ ଶୁକ୍ରା ଏକ୍କା (୨୫)ବୋଲି ଜଣାପଡିଥିବା ବେଳେ ଚାନ୍ଦିପୋଷ ଥାନାରେ ଏକ ହତ୍ୟା ମାମଲା ଅଭିଯୋଗ ପରେ ଥାନା ଅଧିକାରୀ ତ୍ରିନାଥ ସେଠୀ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଜଣାପଡିଛି ।