ରାୟଗଡ-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ସେରିଗୁମା ପଂଚାୟତରେ ବାରମ୍ବାର ଚୋରି ହେଉଥୁବାର ଖବର ଲୋକଙ୍କ ମନରେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ବାରମ୍ବାର ଚୋରି ହେଉଥିଲେ ବି ଚୋରଙ୍କ ଟେର ପାଉନାହିଁ ପୋଲିସ କିମ୍ବା ସ୍ଥାନୀୟ ଲୋକମାନେ। ଯୋଜନା ମୁତାବକ ଏହି ଚୋରି ହେଉଥିବା ଜନ ସାଧାରଣ ଦାବୀ କରିଛନ୍ତି। ସେହିଭଳି ଏକ ଚୋରି ଘଟି ଯାଇଛି ସେରିଗୁମା ଗ୍ରାମ ପଞ୍ଚାୟତ ର ସଦର ମହକୁମାର ତଳ ସାହିରେ। ପ୍ରାପ୍ତ ଖବର ଅନୁସାରେ ଲାଡି ଶଙ୍କର ନାମକ ଜଣେ ଶିକ୍ଷକ କୌଣସି କାମ ପାଇଁ ତାଙ୍କ ପରିବାର ସହ ମିଶି୧୪ ତାରିଖ ଦିନ ରାୟଗଡ କୁ ଯାଇଥିଲେ। ତା ପରଦିନ ଫେରି ଦେଖିଲା ବେଳକୁ ବାରିପଟେ ଦିଆଯାଇଥିବା ତାଲା ଭାଙ୍ଗି ପଡିଛି ତେଣୁ ସନ୍ଦେହ ହେବାରୁ ସବୁ ଦେଖିଲା ବେଳକୁ ସୁନା ଗହଣା ୧୦ ତୋଳା, ରୁପା ୫ ତୋଳା ସହ ନଗଦ୫ ଲକ୍ଷ ଟଙ୍କା ନିଖୋଜ ହେଇଯାଇଛି। ଏହା ପରେ କାନ୍ଦ ବୋବାଳି ପଡିଲା ସାହି ପଡିଶା ଲୋକମାନେ ଘଟଣା କଣ ବୁଝିବା ପାଇଁ ଆସିଲେ ଓ ଦୁଃଖ ପ୍ରକାସ କରିଥିଲେ। ଏନେଇ ଶିକ୍ଷକ ଜଣକ କଲ୍ୟାଣସିଙ୍ଘପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୋଲସ ତଦନ୍ତ କରି ପଦକ୍ଷେପ ନେବାକୁ କହିଛି। ସୂଚାଇ ଦେବାକୁ ଚାଁହୁଛୁ କି ଶ୍ରୀ ଶଙ୍କର ଙ୍କ ଏକ ହିରୋ ସି ଡି ଡ଼ନ ମଟର ସାଇକେଲ ଘର ବାରଣ୍ଡାରେ ରଖା ଯାଇଥିବା ବେଳେ ଚୋରି ହେଇଯାଇଛି ତାହା ଆଜି ପର୍ଯ୍ୟନ୍ତ ମିଳିନାହିଁ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଇଛି। ସେହିଭଳି ଗ୍ରାମର ଆଦିବାସୀ ସାହିରେ ଏକ ଦୋକାନରୁ୬୦ ହଜାର ଟଙ୍କାର ଜିନିଷ ଚୋରି ହେଇଥିବା ସାଙ୍ଗକୁ ଜଣକ ଘରୁ ୪ଟି ଏଣ୍ଡ୍ରାଇଡ଼ ମୋବାଇଲ ଚୋରି ହେଇଥିବା ଖବର ରହିଛି। ଗ୍ରାମର ଭଦ୍ର ବ୍ୟକ୍ତି ମାନେ ବରିଷ୍ଠ ନେତା ପିତାମ୍ବର ନେମାଲପୁରୀ, ଭୋଦେଵ ନେମାଲପୁରୀ, ମୋହିନୀ ସାହୁ କହିଛନ୍ତି କି ଏ ଅଞ୍ଚଳରେ ଦିନକୁ ଦିନ ଚୋରି ବଢି ଚାଲିଛି ତେଣୁ ଆମେ ଅସୁରକ୍ଷିତ ରେ ରହିଛୁ ପୋଲିସ ପାଟ୍ରୋଲିଂ କରିବା ଦରକାର କରିଛନ୍ତି। ସେହିଭଳି ଏହି ଚୋରି ଘଟଣା ଗ୍ରାମରେ ଅନ୍ଧକାର ଥିବାରୁ ଏଭଳି ସୁଯୋଗ ରେ ଘଟଣା ମାନ ଘଟୁଛି ତେଣୁ ପଞ୍ଚାୟତ କିମ୍ବା ଅନ୍ୟ ବିଭାଗ ଦ୍ଵାରା ଷ୍ଟ୍ରଟ ଲାଇଟ ଲଗାଇବାକୁ ଦାବୀ ହେଉଛି ନଚେତ ଏହି ସମସ୍ୟା ମାନ ବାରମ୍ବାର ଘଟିବାର ସମ୍ଭାବନା ଅଧିକ ରହୁଛି ଆଶଙ୍କା ବ୍ୟକ୍ତ କରିଛନ୍ତି।