ଖପ୍ରାଖୋଲ- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ରେ ଜୟ ମାଁ ବସ୍ତ୍ରେନ୍ ଡ୍ରାଇଭର ମହାସଂଘ ଲାଠୋର ପକ୍ଷରୁ ବସ୍ ଷ୍ଟାଣ୍ଡ ଠାରେ ମହା ଆଡମ୍ବରରେ ଶ୍ରୀ ବିଶ୍ଵକର୍ମା ଙ୍କର ପୂଜା ଅନୁଷ୍ଠିତ ହେଉଅଛି। ପୂଜା ଚାରି ଦିନ ଧରି ଚାଲିବାକୁ ଥିବା ବେଳେ ରାତିରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ବହୁତ ଧୁମଧାମରେ ପୂଜା ପାଳନ କରିବାକୁ ସଂଘ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଆଜି ସକାଳ ୧୦.୧୫ ରୁ ପୂଜା ଆରମ୍ଭ ହୋଇଥିଲା ବେଳେ ଅପରାହ୍ନ ୨ ଟାରୁ ପୁରୋହିତ ଙ୍କ ଦ୍ଵାରା ଅଞ୍ଚଳର ସମସ୍ତ ଯାନବାହାନ କୁ ବସ୍ ଷ୍ଟାଣ୍ଡ ଠାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଞ୍ଚଳର ସମସ୍ତ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ପୂଜା କରୁଥିବା ଦେଖିବାକୁ ମିଳିଥିଲା।ଏ ବର୍ଷ ପୂଜାରେ କର୍ତା ଭାବେ ପରମେଶ୍ବର ବେମାଲ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ବେମାଲ ବସିଥିବା ବେଳେ ପୁରୋହିତ ଭାବେ ହରିହର ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ଡ୍ରାଇଭର ମହାସଂଘ ର ସଭାପତି ଅନ୍ତର୍ଯ୍ୟାମୀ ସେଠ୍ ସମ୍ପାଦକ ସିମାଞ୍ଚଳ ସାହୁ ଙ୍କ ସମେତ ଦିଲିପ ନାଏକ, ଗୁପ୍ତେଶ୍ୱର ବେହେରା,ଶଶି ନାଗ, ଦିବାକର ସା,ଚର୍ତୁଭୁଜ ଖର୍ସେଲ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହୋଯୋଗ କରିଥିଲେ।