ଗଜପତି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

ପାରଳାଖେମୁଣ୍ଡି,- ଆଜି ଠାରୁ ରାଜ୍ୟରେ ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ  ବ୍ୟବସ୍ଥାର  ଶୁଭାରମ୍ଭ ହୋଇଛି । ମାନ୍ୟବର ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି  ଉଦୟ ଉମେଶ ଲଳିତ    ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ ଜିଲ୍ଲା ଭିଡିଓ କନ୍ଫୋରେଂସିଂ ରେ ଜଡିତ ହୋଇଥିଲେ | ସମସ୍ତ ଜିଲ୍ଲା କୋର୍ଟକୁ ପେପରଲେସ କରିବାକୁ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । 

ଆଜିର କାର୍ଯ୍ୟକ୍ରମରେ  ସିଜେଆଇଙ୍କ ବ୍ୟତୀତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏମଆର ଶାହ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାପରତି ଜଷ୍ଟିସ ଏସ.ମୁରଲୀଧରଙ୍କ ସହିତ ଅନ୍ୟ ବିଚାରପତିମାନେ ଯୋଗଦେଇଥିଲେ  ।  

 କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମଧ୍ୟ ଭିଡିଓ କନ୍ଫୋରାନସିଂ ରେ ଜଡିତ ହୋଇଥିଲା | କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟର  ବିଚାରପତି  ପ୍ରଣବ କୁମାର ରାଉତରାୟ, ପରିବାର ଅଦାଲତ ବିଚାରପତି ସୁବ୍ରତ ମହାନ୍ତି, ସିଜେଏମ୍  ମାନସ କୁମାର ପଣ୍ଡା, ଜେଏଲଏସଡି  ସନ୍ତୋଷ କୁମାର ଅଗ୍ରୱାଲ, ରେଜିଷ୍ଟାର  ସତ୍ୟବ୍ରତ ରଣା, ସେକ୍ରେଟାରୀ ଡିଏଲଏସଏ  ରବି ନାରାୟଣ ବେହେରା , ଏସଡିଜେଏମ୍ ବର୍ଷା ଶର୍ମା, ଜେଏମ୍ଏଫସି ସୁବ୍ରତ ବେହେରା ଓ ସେକ୍ରେଟାରୀ ବାର୍ ଆସୋସିଏସନ୍ କ୍ରିଷ୍ଣା ମୋହନ ପଟ୍ଟନାୟକ ଓ କୋର୍ଟର ସମସ୍ତ କର୍ମଚାରୀ  ଭିଡ଼ିଓ କନଫରେନ୍ସ ଜଡିତ ହୋଇଥିଲେ | ପେପରଲେସ କୋର୍ଟ ବ୍ୟବସ୍ଥା ଫଳରେ ଇ-ଫାଇଲିଂ, ଇ-ଡକ୍ୟୁମେଣ୍ଟ, ଇ-ପେମେଣ୍ଟ   ସୁବିଧା ଜନସାଧାରଣ ପାଇପାରିବେ | ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟର ପ୍ରଥମ ପେପରଲେସ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ | ଏହାକୁ ସୁପ୍ରିମ କୋର୍ଟ ବିଚାରପତି  ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ ୨୦୨୧ ସେପ୍ଟେମ୍ବର ୧୧ ରେ ଉଦଘାଟନ କରିଥିଲେ | ପରଵର୍ତ୍ତୀ ସମୟରେ ହାଇକୋର୍ଟର ଆଉ କେତେକ ଖଣ୍ଡପୀଠ ପେପରଲେସ ହୋଇଛି |

Leave A Reply

Your email address will not be published.