ଆସନ୍ତା ୨୦ ରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଲୋୟର ପିଏମଜି ଠାରେ ରାଲି

“ସାର୍ନା ଧର୍ମ କୋର୍ଡ” ର ମାନ୍ୟତା ଦାବି ନେଇ ଆସନ୍ତା ୨୦ ରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଲୋୟର ପିଏମଜି ଠାରେ ରାଲି।

ବାରିପଦା- ଆଗାମୀ ୨୦ତାରିଖରେ ଲୋୟର ପିଏମଜି ଗାନ୍ଧି ମାର୍ଗ ଭୁବନେଶ୍ବର ଠାରେ “ସାର୍ନା ଧର୍ମ କୋର୍ଡ” ରାଲିର ଆୟୋଜିତ ହେବ ଏବଂ ସାର୍ନା ଧର୍ମ କୋର୍ଡର ମାନ୍ୟତା କରାଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଏଥିପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ବରେ ସେଙ୍ଗେଲ ପ୍ରତିନିଧି ମଣ୍ଡଳି ବାଙ୍ଗ୍ରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ, ମୟୂରଭଞ୍ଜର ସାଂସଦ ବିଶେଶ୍ୱର ଟୁଡୁ ମାନଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ସହିତ “ସେଙ୍ଗେଲ ପୁସ୍ତକ’ ପ୍ରଦାନ କରିଛନ୍ତି ଏବଂ ମୟୂରଭଞ୍ଜର ଅନ୍ୟ ସମସ୍ତ ବିଧାୟକ ସହିତ ସମସ୍ତ ଆଦିବାସୀ ସାମାଜିକ ସଂଗଠନର ମୁଖ୍ୟ ଫାଗୁରାମ ମୁର୍ମୁ (ପେସା ଗ୍ରାମସଭା), ସୁକୁଲାଲ ମାର୍ଣ୍ଡି (ମାସା ଆର୍ମି), ସୁନ୍ଦର ମୋହନ ହେମ୍ବ୍ରମ (ଆସେକା) ମାନଙ୍କୁ  ହ୍ୱାଟ୍ସଆପ ମାଧ୍ଯମରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମୟୂରଭଞ୍ଜର ପୂର୍ବତନ ସାଂସଦ ତଥା “ସେଙ୍ଗେଲ” ସଂସ୍ଥାପକ ସାଲଖାନ ମୁର୍ମୁଙ୍କ ଆବାହନରେ ଆୟୋଜିତ ହେବାକୁ ଥିବା “ସାର୍ନା ଧର୍ମ କୋର୍ଡ” ରାଲି ଭୁବନେଶ୍ବରରେ ଯୋଗଦାନ ଦେବାକୁ ଅନୁରୋଧ କରିଛନ୍ତି । ସାର୍ନା ଧର୍ମ ହେଉଛି ସମସ୍ତ ପ୍ରକୃତି ପୂଜକ ଆଦିବାସୀମାନଙ୍କର ଧାର୍ମିକ ପରିଚୟ । ସରକାରୀ ମାନ୍ୟତା ତଥା କୋର୍ଡ ନ ଥିବାରୁ ଅନେକ ଆଦିବାସୀମାନେ ବିଭିନ୍ନ ଧର୍ମରେ ଧର୍ମାଂତରୀତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ଧର୍ମ ସଂକଟ ସମସ୍ୟାର ସମାଧାନ ପାଇଁ ସମସ୍ତ ନେତା, ମନ୍ତ୍ରୀ ଓ ଜନତାଙ୍କ କର୍ତ୍ତବ୍ୟ । ସାର୍ନା ଧର୍ମ ସ୍ଥାପିତ ହେଲେ ବିଶ୍ୱର ପ୍ରାକୃତିକ ସଂସାର ସହିତ ସମାଜର ସାର୍ନା ସଂସ୍କୃତି, ପରମ୍ପରା, ମାନ ସମ୍ମାନ, ଇଜ୍ଜତ, ଆବାଦୀ ଆଦି ସୁଦୃଢ ଓ ସମୃଦ୍ଧି ହୋଇପାରିବ ବୋଲି କହିଥିଲେ । ତତ୍‌ସହିତ ଆନ୍ଦୋଳନରେ ସାମିଲ ହେବା ପାଇଁ ବାଙ୍ଗ୍ରିପୋଷି ଠାରୁ ଭୁବନେଶ୍ବର ଯାଉଥିବା ରେଳଗାଡ଼ିରେ ପ୍ରକୃତି ପୂଜକ ଆଦିବାସୀମାନେ ବିନା ମୁଲ୍ୟରେ ଏକଦିନ ପାଇଁ ଯିବା ଆସିବାର ଅନୁମତି ପତ୍ର ମଧ୍ଯ ସ୍ଥାନୀୟ ବାରିପଦା ରେଳଷ୍ଟେସନ ମାଷ୍ଟରଙ୍କୁ ଲିଖିତ ସୂଚନା ଦେଇଛନ୍ତି । ପତ୍ର ପ୍ରଦାନ ସମୟରେ ବିକାଶ ହେମ୍ବ୍ରମ ବାରିପଦା ସବଡିଭିଜନାଲ ସେଙ୍ଗେଲ ସଭାପତି, ରବିନ୍ଦ୍ରନାଥ ଟୁଡୁ, ଚୈତନ୍ଯ ହେମ୍ବ୍ରମ, ରାମଚନ୍ଦ୍ର ମୁର୍ମୁ, ଦଶରଥ ମାର୍ଣ୍ଡି ପ୍ରମୁଖ ସେଙ୍ଗେଲ କାର୍ଯ୍ଯକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.