ବାଲିଆପାଳ – ବାଲିଆପାଳ ବ୍ଲକ ର ବାଲିଆପାଳ ବିଦ୍ୟୁତ କାର୍ଯ୍ୟାଳୟ ରେ ଦୀର୍ଘ ଦିନ ପରେ ଶନିବାର ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଛି। ଶନିବାର ପୂର୍ବାହ୍ନ ରେ ବିଦ୍ୟୁତ ବିଭଗର ସମସ୍ତ କର୍ମଚାରୀ କୁଦମାନସିଂ ଗ୍ରାମ ଦେଇ ପ୍ରବାହିତ ସୁବର୍ଣ୍ଣ ରେଖା ନଦୀକୁ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଏକ ବିରାଟ ପଟୁଆର ରେ ଯାଇ ଘଟଉତଳନ କରିଥିଲେ। ପରେ ପୂଜା ମଣ୍ଡପର ଘଟ ସ୍ଥାପନ କରାଯାଇ ବାବା ବିଶ୍ୱକର୍ମା ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଦୀର୍ଘ ଦିନ ପରେ ବିଦ୍ୟୁତ କାର୍ଯ୍ୟାଳୟ ରେ ପୂଜା ହୋଇଥିବାରୁ ବିଶ୍ଵକର୍ମା ପୂଜା ଦେଖିବା ପାଇଁ ସ୍ଥାନୀୟବାସିନ୍ଦାଙ୍କ ଭିଡ ଲାଗିଥିଲା। ଚାରିଦିନ ଧରି ବାବା ବିଶ୍ଵକର୍ମାଙ୍କ ପୂଜା ଅର୍ଚ୍ଚନା ହୋଇ ବୁଧବାର ମୂର୍ତ୍ତି ବିସର୍ଜନ ହେବ ବୋଲି ବିଭାଗୀୟ ଅଧିକାରି ସଂଗ୍ରାମ କେଶରୀ ସାହୁ କହୁଛନ୍ତି। କରୋନା ମହାମାରୀ ର କଟକଣା ହଟିବା ପରେ ବାଲିଆପାଳ ରେ ବିଭିନ୍ନ ଛକ, ପାରୁଲିଅ ଛକ ଅଟୋ ଷ୍ଟାଣ୍ଡ, ବାଲିଆପାଳ ଡ଼୍ରାଇଭର ମହାସଂଘ ସହିତ ବିଭିନ୍ନ ଅନୁଷ୍ଠାନ ରେ ବାବ ବିଶ୍ଵକର୍ମାଙ୍କ ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଛକ ଛକରେ ବିଶାଳ ତୋରଣ ସହିତ ଆଲୋକ ସାଜସଜ୍ୟ ରେ ବାଲିଆପାଳ ଚଳଚଞ୍ଚଳ ହୋଇ ଉଠିଛି।