ମୟୂରଭଞ୍ଜ- ସାରା ରାଜ୍ୟ ତଥା ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗୋ ଚାଲାଣ।ଫଳରେ ସଂକଟ ସ୍ଥିତିରେ ଏବେ ଗୋସମ୍ପଦ।
ତେବେ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଏବଂ
ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗୋଚାଲାଣ ଗାଡ଼ି ଗୁଡିକ ଜବତ କରାଯାଉଥିଲେ ମଧ ଏହି ବେଆଇନ କାରବାରରେ ଅଙ୍କୁଶ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ଅଭିଯୋଗ ହେଉଛି । ମଉକା ଦେଖି ଗୋ ଚାଲାଣକାରୀ ମାନେ ଅତି ଅମାନୁସିକ ଭାବେ ଗୋରୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣାକ୍ରମେ ଶୁକ୍ରବାର ସଂଧ୍ୟା ସମୟରେ ଖୁଣ୍ଟା ଥାନା ପକ୍ଷରୁ ଏକ ଗୋଚାଲାଣ ପିକଅପ ଭ୍ୟାନ କୁ ଖୁଣ୍ଟା ପୋଲିସ ଜବତ କରିବାରେ ସଫଳ ହୋଇଥିବା ବେଳେ ୬ ଗୋଟି ଗୋରୁ ଜବତ କରାଯାଇଥିବା ଦେଖିବାକୁ ମିଳିଛି ।ସୂଚନାନୁସାରେ ଖୁଣ୍ଟା ଥାନା ପକ୍ଷରୁ
ଶୁକ୍ରବାର ସଂଧ୍ୟା ସମୟରେ ଡୁକୁରାଫାଣ୍ଡି ଏ ଏସଆଇ ସୁଶାନ୍ତ କୁମାର ମହାକୁଡ଼ ଙ୍କ ନେତୃତ୍ଵରେ ପେଟୋଲି° ଜାରି ରହିଥିଲା । ତେବେ ପୋଲିସର ଏହି ପେଟ୍ରଲିଂ ସମୟରେ ଉଦଳା – ଖୁଣ୍ଟା ରାଜ୍ୟ ରାଜପଥ ଦେଇ ଓଆର ୧୧ ଜି – ୩୪୨୧ ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ଗୋରୁ ଗଲାଣ ହେଉଥିବା ସଂମ୍ପର୍କରେ କୌଣସି ସୁତ୍ରରୁ ଖବର ପାଇଥିଲେ । ଏବଂ ସଂପୃକ୍ତ ଗାଡ଼ିଟିକୁ ପୋଲିସ କର୍ମଚାରୀମାନେ ରାଜପଥର ଖୁଣ୍ଟା ପୁରୁଣାପାଣି ଛକଠାରେ ଧରିବାରେ ସକ୍ଷମ ହୋଇଥିଲେ । ପୋଲିସର ତଦନ୍ତ ସମୟରେ ସଂପୃକ୍ତ ଗାଡ଼ିରେ ୬ ଗୋଟି ଗୋରୁଙ୍କୁ ଅତି ଅମାନୁସିକ ଭାବେ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଚାଲାଣ ସଂମ୍ପର୍କୀତ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲେ ଗାଡ଼ିର କର୍ମଚାରୀମାନେ । ଯାହାକୁ ନେଇ ପୋଲିସ ସଂପୃକ୍ତ ଗାଡ଼ିଟିକୁ ଜବତ କରି ଖୁଣ୍ଟା ଥାନାକୁ ଅଣାଯାଇଥିବା ବେଳେ ଏହି ବେଆଇନ ଗୋରୁଗାଲାଣ ରେ ଗାଡ଼ିର ଡ୍ରାଇଭର ବଡ଼ସାହି ଥାନା ଅଧିନ ବାଲିଯୋଡ଼ା ଗ୍ରାମର ଡାକ ସିଂ (୩୦) ଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ବଡ଼ସାହି ଥାନା ଅଧିନ ଉଠାଣି ନୂଆଗାଁ ର କିସାନ ସାହୁ ଓ କାଠପାଳ ଅଞ୍ଚଳର ସୁନ୍ଦର ମୋହନ ସରେନ (୨୫)ଙ୍କୁ ପୋଲିସ ଗିରଫ କରିଛି । ଏନେଇ ସ୍ଥାନୀୟ ଥାନାରେ କେସ ନମ୍ବର ୨୫୧/ ୨୨ ରେ ଏକ ମାମଲା ରୁଜୁକରାଯାଇ ଘଟଣାର ତଦନ୍ତ ଜାରିଥିବା ଜଣାଯାଇଛି ।