ବାରିପଦା- ୧୬ ବର୍ଷରୁ କମ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୧୬ ଜଣିଆ ଦଳ ଘୋଷିତ ହୋଇଯାଇଛି। ଦଳର ଅଧିନାୟକ ମୋହିତ ସାଗର ପ୍ରହରାଜ ଓ ଉପ ଅଧିନାୟକ ସୁରେଇ ହେମ୍ବ୍ରମ ହୋଇଥିବା ବେଳେ ଅନ୍ୟ ଖେଳାଳି ମାନେ ହେଲେ ବିପ୍ରାଂଶୁ ସିଂହ, ଲୋକନାଥ ପୃଷ୍ଟି, ବ୍ରିଜେଶ ମିଶ୍ର, ଭବାନୀ ଶଙ୍କର ମହାଳିକ, ଉଜ୍ଜ୍ୱଳ କୁମାର ଯାଦବ, ମହମ୍ମଦ ଆର୍ସାଦ ରାଜା, ଟିକିନା ପାତ୍ର, ଜ୍ୟୋତି ପ୍ରକାଶ ଘିଆ, ଜୀତ ଦେ, ଅଙ୍କିତ ଅମନ ଦାସ, ଚିରଞ୍ଜୀବ ସାମନ୍ତରାୟ, ହିମାଂଶୁ ଶେଖର ମହାନ୍ତ, ଲୋହିତ କୁମାର ଜେନା ଓ ଦିବ୍ୟ ରଞ୍ଜନ ସାହୁ। ଦଳ ସହିତ ମ୍ୟାନେଜର ଅବିନାଶ ଖଣ୍ଡେଲୱାଲ ଓ ମନୁ ରାମ ଗସ୍ତ କରିବେ। ଆସନ୍ତା କାଲି ସକାଳେ ଏହି ଦଳ କଟକ ଅଭିମୁଖେ ଯାତ୍ରା କରିବ। ୧୯ ତାରିଖ ଦିନ ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ କିଟସ, ଭୁବନେଶ୍ୱର ସହିତ ଖେଳିବ ବୋଲି କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର ଜଣାଇଛନ୍ତି। ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧକ୍ଷ ଅମିତାଭ ଦାସ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଅନ୍ୟତମ କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।