ରାଇରଙ୍ଗପୁର : ବାମନଘାଟି ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଉପଖଣ୍ଡ ରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, ରାବଣ ପୋଡି, କାଳୀ ପୂଜା ଏବଂ ଜଗଦ୍ଧାତ୍ରୀ ପୂଜା ଇତ୍ୟାଦି ପାଇଁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ ବୈଠକ ରେ ବିଜlତଳା ତହସିଲଦାର ଶ୍ରୀ ଜଗ ବନ୍ଧୁ ମଲ୍ଲିକ,ରାଇରଙ୍ଗପୁର ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ,ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥି ଓ ଡ଼କ୍ଟର ପ୍ରତ୍ୟୁଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ. ପ୍ରାରମ୍ଭ ରେ ଉପଜିଲ୍ଲାପାଳ ଉପସ୍ଥିତ ଉପଖଣ୍ଡ ର 7 ଗୋଟି ବ୍ଲକ ର ବିଭିନ୍ନ ପୂଜା କମିଟି ର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଅଗ୍ରିମ ଶାରଦୀୟ ଅଭିନନ୍ଦନ ଜଣାଇ ଥିଲେ ଏବଂ ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ବିନା କରୋନା କଟକଣା ରେ ଆଗାମୀ ପୂଜା ଗୁଡିକ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ କିପରି ଶାନ୍ତି ଶୃଙ୍ଖଳା ସହିତ ଆୟୋଜନ କରା ଯାଇ ପାରିବ ସେ ବିଷୟରେ ପୂଜା କମିଟି ର କର୍ମକର୍ତା ଙ୍କ ସହିତ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ. ସର୍ବ ପ୍ରଥମେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଆରୋପ କରି ପୂଜା ସମୟ ରେ ପୂଜା ମଣ୍ଡପ ଅଂଚଳ ତଥା ସହରର ଅନ୍ୟ ଅଂଚଳ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପୂଜା କମିଟି ର କର୍ମକର୍ତା ତଥା ସଂପୃକ୍ତ ଅଧିକାରୀ ଙ୍କୁ ପଦକ୍ଷେପ ନେବାପାଇଁ ନିଷ୍ପତି ନିଆଗଲା. ସେହିପରି ପୂଜା ପୂର୍ବରୁ ରାସ୍ତା ଗୁଡିକ ଉପଯୁକ୍ତ ମରାମତି ପାଇଁ ପୌର ପାଳିକା, ରାସ୍ତା ଓ ଗୃହ ନିର୍ମାଣ ଜାତୀୟ ରାଜପଥ କତୃପକ୍ଷଙ୍କୁ ଅନୁରୋଧ କରାଗଲା. ପୂଜା ସମୟ ରେ ସହର ରେ ଆବଶ୍ୟକୀୟ ପରିମଳ ବ୍ୟବସ୍ଥା,ଷ୍ଟ୍ରୀଟ ଲାଇଟ ବ୍ୟବସ୍ଥା,ଭାରୀ ଯାନ ପାଇଁ ଅସ୍ଥାୟୀ ପାର୍କିଙ୍ଗ ସ୍ଥାନ ନିରୂପଣ, ପୂଜା କମିଟି ର ଅନୁରୋଧ କ୍ରମେ ପ୍ରତ୍ୟେକ ପୂଜା ମଣ୍ଡପ ନିକଟ ରେ ଅସ୍ଥାୟୀ ପାର୍କିଂ ସ୍ଥାନ ନିରୂପଣ, ମୁଣ୍ମୟ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ ତଥା ଭସାଣି ଉତ୍ସବ ପଥରେ ଉପଯୁକ୍ତ ଆଲୋକୀ କରଣ, ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ବିକ୍ରି ଉପରେ ନିଷେଧ ଓ ଚଢ଼ାଉ ପାଇଁ ସ୍କ୍ୱାଡ଼ ଗଠନ ଓ ଉପଯୁକ୍ତ ସମୟ ବ୍ୟବଧାନ ରେ ଯାଞ୍ଚ ପାଇଁ ପଦକ୍ଷେପ ନେବାପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଅନୁରୋଧ କରାଗଲା. ସେହିପରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କୁ ପୂଜା ସମୟରେ ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୂଜା ମଣ୍ଡପ ତଥା ଆନ୍ୟନ୍ୟ ସ୍ଥାନ ମାନଙ୍କ ରେ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ ମୃତୟନ ତଥା କୌଣସି ଅପ୍ରୀତି କର ପରିସ୍ଥିତି ଉପୁଜିଲେ ଭ୍ରାମ୍ୟମାଣ ପୋଲିସ ଭ୍ୟାନ ସହିତ ଯୋଗାଯୋଗ ପାଇଁ ମୋବାଇଲ ନମ୍ବର ଯୋଗାଇ ଦେବା ପାଇଁ ନିଷ୍ପତି ନିଆଗଲା.ସେହିପରି ଜନସ୍ୱାସ୍ଥ୍ୟ ବିଭାଗ କୁ ପୂଜା ମଣ୍ଡପ ସ୍ଥାନ ଏବଂ ଜନଗହଳି ସ୍ଥାନ ମାନଙ୍କ ରେ ଅସ୍ଥାୟୀ ପାଣି ଟାଙ୍କି ସ୍ଥାପନ କରିବା ପାଇଁ ନିଷ୍ପତି ନିଆଗଲା. ସ୍ୱାସ୍ଥ୍ୟ ବିଭାଗ କୁ ଜରୁରୀ ଆପତଃ କାଳୀନ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ନିମିତ୍ତ ପ୍ରସ୍ତୁତ ରହିବା ତଥା ଯୋଗାଯୋଗ ପାଇଁ ମୋବଇଲ ନମ୍ବର ପ୍ରଦାନ କରିବା ପାଇଁ ଅନୁରୋଧ କରାଗଲା. ଅଗ୍ନିଶମ ବିଭାଗ କୁ ସମସ୍ତ ପ୍ରକାର ସୁରକ୍ଷିତ ବ୍ୟବସ୍ଥା କୁ ଯାଞ୍ଚ କରି ଅପ୍ରୀତିକର ପରିସ୍ଥିତି କୁ ମୁକାବିଲା କରିବା ନିମନ୍ତେ ପ୍ରତିଷେଧତ୍ମକ ପଦକ୍ଷେପ ପାଇଁ ଅନୁରୋଧ କରାଗଲା. ଶେଷରେ ସାର୍ବଜନୀନ ପୂଜା ଆୟୋଜନ ନିମନ୍ତେ ସରକାର ଙ୍କ ଯାହା ଵିଧି ବ୍ୟବସ୍ଥା ରହିଛି ତାହାକୁ ଅନୁପାଳନ କରି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ଆଜି ର ବୈଠକ ରେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.