ଶିକ୍ଷୟିତ୍ରୀ ବଦଳି ପାଇଁ ରାସ୍ତାରୋକ, ଦାବି ପୂରଣ ପରେ ହଟିଲେ ଅଭିଭାବକ ଓ ଛାତ୍ର ଛାତ୍ରୀ

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା  ବେଲପଡ଼ା ବ୍ଲକ ଗମ୍ଭାରୀ ପଂଚାୟତ ଅନ୍ତର୍ଗତ କର୍ଲାବେହେଲି ଗ୍ରାମ ର ଅଭିଭାବକ ଓ ଛାତ୍ର ଛାତ୍ରୀ  ମାନେ ଆଜି ପାଟଣାଗଡ ରୁ ଖର୍ପାଖୋଲ ର ମୁଖ୍ୟରାସ୍ତା ର ଗମ୍ଭାରୀ ଛକ ଠାରେ ରାସ୍ତା ରୋକ କରିଥିଲେ । ସୂଚନା ଅନୁଯାଇ  ଅଭିଭାବକ ମାନଙ୍କ ଅଭିଯୋଗ ଜେ  ସେମାନେ କିଛି ଦିନ ପୂର୍ବ ରୁ ଜିଲ୍ଲାପାଳ ଙ୍କୁ ଏକ ଦରଖାସ୍ତ ଲେଖିଥିଲେ ,  ଯେଉଁଠି ସେମାନେ ଲେଖି ଥିଲେ ଜେ ସେ ଗ୍ରାମ ର ଥିବା ପ୍ରାଥମିକ ବିଦ୍ୟାଳୟର  ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ୍ ରେ ବେସୀ ଦିନ ଅନୁପସ୍ଥିତ ରହୁଛନ୍ତି । ସରକାର୍ ଙ୍କ ତରଫ ରୁ ଆସୁଥିବା ସୁବିଧା ସୁଯୋଗ ଛାତ୍ର ମାନଙ୍କୁ ଯୋଗେଇ ଦିଅ ଯାଉନାହିଁ । ଯେବେ ସେ ସ୍କୁଲ୍ ଆସିଲେ ବିଳମ୍ବ ରେ ଆସୁଛନ୍ତି ଓ ଶୀଘ୍ର ସ୍କୁଲ୍ ରୁ ଚାଲି ଯାଉଛନ୍ତି । ତା ବାଦ ଏମ. ଡି. ଏମ ରେ ମଧ୍ୟ କିଛି ଅନିୟମିତତା ଦେଖା ଯିବାର ମିଳିଛି । ଏ ନେଇ ସେମାନେ ବିଡିଓ, ବିଇଓ ଓ ଉପଜିଲ୍ଲପାଳଙ୍କୁ ମଧ୍ୟ ଜଣେଇ ଥିଲେ । ସେଥି ପାଇଁ ଏକ ନୂତନ ଶିକ୍ଷକ ପାଇଁ ସେମାନେ ଜିଲ୍ଲାପାଲ ଙ୍କୁ ଗୁହାରୀ କରିଥିଲେ । ଗ୍ରାମବାସୀ ଉକ୍ତ ଦରଖାସ୍ତ ରେ ଜନେଇଥିଲେ ଯେ ଯଦି ଏହି ସମସ୍ୟା ର ସମାଧାନ ନ ହୁଏ ତ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ରୋକ କରିବେ । କିନ୍ତୁ ପ୍ରଶାସନ ତରଫ ରୁ କିଛି ଉତ୍ତର ନ ପାଇବାରୁ  ଗମ୍ଭାରୀ ଛକରେ ଆଜି  ଗ୍ରାମବାସୀ , ଛାତ୍ର ଛାତ୍ରୀ ଗମ୍ଭାରୀ ସରପଞ୍ଚ କୁଳମଣି କୁମ୍ଭାର ଙ୍କ ନେତୃତ୍ୱ ରେ ରାସ୍ତା ରୋକ କରିଥିଲେ । 

ରାସ୍ତାରୋକ କୁ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ , ଏବିଇଓ ଚତୁର୍ଭୁଜ ମିର୍ଦ୍ଧା ଆଦି ଯାଇଥିଲେ । ସେମାନେ ଗ୍ରାମବାସୀଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଦାବୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତା ବାଦ ଆମେ ଏ ସଂପର୍କ ରେ ଏବିଇଓ ଚତୁର୍ଭୁଜ ମିର୍ଦ୍ଧା ଙ୍କୁ ପଚାରିଥିଲୁ । ତାଙ୍କ କହିବା ଅନୁଯାଇ ଶିକ୍ଷକ ଙ୍କ ବଦଳି ହେଇ ପାରିନାହିଁ , କିନ୍ତୁ ବର୍ତ୍ତମାନ ଡେପୁଟେଶନ ରେ ପଠା ଯାଇଛି । କାର୍ଯ୍ୟରତ କର୍ଲାବାହାଲି ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା ପରିଛା ଙ୍କୁ ବରବେହେଲି  ସ୍କୁଲ୍ କୁ ପଠା ଯାଇଛି ଓ ଗମ୍ଭାରୀ ସ୍କୁଲ୍ ର କାର୍ଯ୍ୟରତ ଶିକ୍ଷକ ଶ୍ରୀ ଜ୍ୟୋତିର୍ମୟ ପ୍ରଧାନ କୁ କର୍ଲାବାହାଲି ସ୍କୁଲ୍ କୁ ଅଣା ଯାଇଛି । ତା ବାଦ ଶ୍ରୀ ମିର୍ଦ୍ଧା ନିଜେ ମାନୁଛନ୍ତି କି କୋରୋନା ସମୟ ରେ ପଇସା ରେ ଅନିୟମିତତା ଦେଖା ଯାଇଛି ଓ ଏମ. ଡି. ଏମ ଚାଉଳ ରେ ମଧ୍ୟ ଅନିୟମିତତା ଦେଖା ଯାଇଛି । ଯେହେତୁ ସେଠୀ ଛୋଟ ଛୋଟ ଶିଶୁ ମାନେ ମଧ୍ୟ ଥିଲେ , ତା ବାଦ ମଧ୍ୟ ସ୍ଥାନୀୟ ଉପସ୍ଥିତ ଅଧିକାରୀ ତାଙ୍କୁ ଖରା ରେ କିପରି ଭୋକ ଉପାସ ରେ  ଛିଡା ହେଇ ଆନ୍ଦୋଳନ କରିବାକୁ ଦେଲେ , ତା ଉପରେ କଣ ପାଇଁ କେହି କିଛି କହିଲେ ନାହିଁ ବୋଲି ପଚାରିବାରୁ ଏବିଇଓ ଶ୍ରୀ ମିର୍ଦ୍ଧା ଚୁପ୍ ରହିଥିଲେ ।

Leave A Reply

Your email address will not be published.