ବ୍ରହ୍ମପୁର- ବ୍ରହ୍ମପୁରରେ ଦୁର୍ଗା ପୂଜାକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଭିଡିଓ କନଫ୍ରାନ୍ସ ମାଧ୍ୟମରେ ଯୋଗ ଦେଇ ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶୁଭଶ୍ରୀ ରଥ ବୈଠକକୁ ପରିଚାଳନା କରିଛନ୍ତି। ବୈଠକରେ ସହରର ପ୍ରାୟ ୪୦ଟି ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବୈଠକରେ ୧୧ଟି ବିଷୟ ଆଲୋଚନା କରାଯାଇଥିଲା ଯଥା ଆଇନ୍ ଶୃଙ୍ଖଳା, ପୂଜା ମଣ୍ଡପ ଏବଂ ମୂର୍ତ୍ତିର ଉଚ୍ଚତା, ରାସ୍ତା ଖୋଳା, ଅବକାରୀ ପ୍ରସଙ୍ଗ, ପରିମଳ, ଅଗ୍ନି ନିରାପତ୍ତା, ଟ୍ରାଫିକ ସମସ୍ୟା, ଅଗ୍ନିଶମ ସୁରକ୍ଷା, ଶବ୍ଦ ପ୍ରଦୁଷଣ, ମଣ୍ଡପପରିସର ସଫେଇ, ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ଏବଂ ଲାଉଡ୍ ସ୍ପିକର୍ ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରା ଯାଇ ଥିଲା । ଏହି ବୈଠକରେ ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର, ଟିପିଏସ୍ଓଡିଏଲ୍ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର କର, ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ,ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ସମେତ ଅବକାରୀ, ଅଗ୍ନିଶମ ଅଧିକାରୀ ଉପସ୍ଥିତ ଥିଲେ.